ଦଶହରା ଛୁଟି ଆଣିଦେଲା ଦୁଃଖ 🔹ହଷ୍ଟେଲରୁ ଘରକୁ ଫେରିବା ବାଟରେ ଟ୍ରକ ଚକା ତଳେ ଗଲା ଛାତ୍ରର ଜୀବନ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଛୁଟି ଆଣିଦେଲା ଦୁଃଖ। ଦଶହରା ଛୁଟି ଲାଗି ବିଦ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଚାଲିଗଲା ଜୀବନ। ଟ୍ରକ ତଳେ ଚାପି ହୋଇ ଜଣେ ନବମ ଶ୍ରେଣୀର ଛାତ୍ର ମୃତ୍ଯୁବରଣ କରିଛନ୍ତି। ମୃତକ ହେଲେ କାଶୀପୁର ବ୍ଳକ ସିନ୍ଦୁରଘାଟି ପଞ୍ଚଯାତ ଡେରାକଣା ଗ୍ରାମର ରାହୁଳ ନାଏକ। ରାହୁଲ ରାୟଗଡା ବ୍ଲକ ପେନିକଣା ସରକାରୀ ଆବାସିକ ଉଚ୍ଚ ବିଦ୍ଯାଳୟରେ ରହି ପଢୁଥିବା ବେଳେ ଆଜି ଦଶହରା ପାଇଁ ଛୁଟି ହୋଇଥିଲା। ତେବେ ତାଙ୍କ ସଂପର୍କିୟ ଭାଇ ଲୋଚନ ନାଏକ ତାଙ୍କୁ ସ୍କୁଲ ରୁ ବାଇକ୍ ଯୋଗେ ଘରକୁ ନେଉଥିବା ସମୟରେ ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡା ଅଡିଟରିଅମ୍ ସାମ୍ନାରେ ବାଇକ ସହ ଧକ୍କା ହେଲା ପଛପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍। ଟ୍ରକ ଚକା ତଳେ ରାହୁଲ ପଡିଯାଇ ଘଟଣାସ୍ଥଳରେ ହିଁ ମୃତ୍ଯୁବରଣ କରିଥିଲେ। ଅନ୍ଯପଟେ ଲୋଚନ ନାଏକ ଏବେ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

Oplus_131072

ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଚାନ୍ଦିଲି ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ଯପଟେ ମୃତକ ଙ୍କ ପରିବାରବର୍ଗକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏହି ଘଟଣା କଲ୍ୟାଣ ବିଭାଗରେ ଦୁଃଖର ଛାୟା ଖେଳାଇ ଦେଇଛି।

Spread the love