◆ଉଇ ହୁଙ୍କା ଆକାରରେ ପୂଜିତା କୋରାପୁଟର ମାଆ ମୁତ୍ୟାଲୁମ୍ମା◆ ବଢୁଛି ଉଇ ହୁଙ୍କା 🔹ମା ‘ଙ୍କ ଅଲୌକିକ ମହିମାରେ ଭକ୍ତ ବନ୍ଧା🔸

ଦଶହରା, ନବରାତ୍ରୀ, ଦୁର୍ଗାପୂଜା – ଏସବୁ ପର୍ବ କେବଳ ଆନନ୍ଦ ମଧ୍ୟରେ ସୀମିତ ନୁହେଁ। ଶକ୍ତି, ଭକ୍ତି ଓ ଆସ୍ଥାର  ଗାଢ଼ ଭାବ ସହ ଜଡିତ । ପ୍ରତିଦିନ ଆମେ ଆପଣଙ୍କୁ ନେଇଯିବୁ ଏକ ପୀଠରୁ ଅନ୍ୟ ପୀଠକୁ। ଆଜି”ଶକ୍ତିତୀର୍ଥ” କ୍ରମରେ  🔹କୋରାପୁଟର ମା’ ମୁତ୍ୟାଲୁମା 🔹ଙ୍କ କିମ୍ବଦନ୍ତୀ, ପୌରାଣିକ କଥା, ପୂଜା ପ୍ରଥା ଓ ଆସ୍ଥା ସମ୍ପର୍କରେ “ପ୍ରତିଫଳନ”ର ପ୍ରତିବେଦନ।

କୋରାପୁଟର ଇଷ୍ଟ ଦେବୀ ମା ମୁତ୍ୟାଲୁମ୍ମା । ଏହା ଦକ୍ଷିଣ ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ । ମାଆଙ୍କ ନବ ଦିନ ଦିନ ଘଟଯାତ୍ରା ଓ ଦଶହରା ପୂଜା ପରଂପରାର ସ୍ଵତନ୍ତ୍ରତା ରହିଛି । ମାଆଙ୍କ ନବ ଦିନାଙ୍କ ଘଟ ଯାତ୍ରା ଓ ଦଶହରାର ନବ ରାତ୍ର ପୂଜାର ଅଲୌକିକତା ବି ରହିଛି ।ଦଶହରା ନବରାତ୍ର ପୂଜାର ବିଶେଷ ଆକର୍ଷଣରେ ଦର୍ଶକ ବନ୍ଧା । ମୂଳାଷ୍ଟମୀରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ଚାଲେ। ମୂତ୍ୟାଲୁମାଆଙ୍କ ପାର୍ଶ୍ଵରେ ଦୁର୍ଗାଙ୍କ ପଞ୍ଚମୁଖୀ ମୃଣ୍ମୟ ପ୍ରତିମୂର୍ତ୍ତିଙ୍କୁ ବି ପୂଜା କରାଯାଏ ।  ଦଶମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜା ଚାଲେ ଏଠାରେ। ପ୍ରତି ସନ୍ଧ୍ୟାରେ ପୀଠରେ ସ୍ବତନ୍ତ୍ର ବ୍ରହ୍ମ ଆଳତୀ କରଯାଏ ଏବଂ ଏଥିସହ ୧୧ ପ୍ରକାର ଭୋଗ ଲାଗି ହୁଏ । ମୃତ୍ୟାଲୁମାଙ୍କ ମହିମା ଅପାର। ତାଙ୍କ ଦର୍ଶନ କରି ମାନସିକ ରଖିଲେ ମନୋସ୍କାମନା ପୂରଣ ହୋଇଥାଏ । ସେ କାହାକୁ ନିରାଶ କରନ୍ତି ନାହିଁ ଏଇ ବିଶ୍ଵାସରେ ମାଆଙ୍କ ଦର୍ଶନ କରନ୍ତି ଶ୍ରଦ୍ଧାଳୁ । ୧୬୩ ବର୍ଷ ହେଲା ଉଈ ହୁଙ୍କା ଆକାରରେ ପୂଜିତା ହେଉଛନ୍ତି ମାଆ । ବିପଦଆପଦରେ ଘଣ୍ଟ ଘୋଡେଇ ରଖୁଛନ୍ତି ସମସ୍ତଙ୍କୁ। ମା’ଙ୍କ ଦର୍ଶନରେ ମନୋସ୍କାମନା ପୂରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ଆଶା ଏବଂ ବିଶ୍ବାସ ରହିଛି।

ସହରର ଟିକିରାସାହିରେ ମାଆଙ୍କ ଆସ୍ଥାନ। ଏଥିସହ ଭାଣ୍ଡିସାହି ମୁଖ୍ୟ ପୂଜକଙ୍କ ଘରେ ବି ମା’ଙ୍କ ପୀଠ ରହିଛି । ଏଠାରେ ୧୮୬୧ ମସିହାରୁ ପୂଜା ପାଇ ଆସୁଛନ୍ତି ମାଆ  ମୁତ୍ୟାଲାମ୍ମା। ଟିକିରାସାହିର ଏକ ଆମ୍ବଗଛମୂଳେ ଉଈହୁଙ୍କା ଆକାରରେ ଉଭା ହୋଇଥିଲେ ମା’। ସେଠାରେ ହିଁ ପୂଜା ପାଇ ଆସୁଛନ୍ତି । ଉଇହୁଙ୍କାଟି ପ୍ରତିବର୍ଷ ୨ ଇଞ୍ଚ ଲେଖାଏଁ ବଢିଚାଲିଛି ବୋଲି ଶ୍ରଦ୍ଧାଳୁ କହନ୍ତି । ନିୟମିତ ଦର୍ଶନ କରୁଥିବା ଶ୍ରଦ୍ଧାଳୁ ଏହାକୁ ମା’ଙ୍କ ଅଲୌକିକ ମହିମା ବୋଲି କହନ୍ତି। ମନ୍ଦିରରେ କ୍ଷୀରି, କାକରା, ମଣ୍ଡା, ପଞ୍ଚାମୃତ, ଗଜାମୁଆଁ ଭୋଗ ଲାଗିଥାଏ। ମୂଖ୍ୟ ପ୍ରସାଦ ହେଉଛି ଗୋଟା ହଳଦୀ। ଭକ୍ତମାନେ ଏହାକୁ ପ୍ରସାଦ ଭାବେ ପାଇଥାନ୍ତି।ମାଁ ଙ୍କୁ ପୁଜାର୍ଚନା କରି ମାନସିକ ରଖିଥାନ୍ତି ଭକ୍ତ । ମାଁ ଙ୍କ ନିକଟରେ ମାନସିକ ରଖିଲେ ତାହା ଅଚିରେ ପୁରଣ ହୋଇଥାଏ ବୋଲି ଭକ୍ତଙ୍କ ବିଶ୍ଵାସ ରହିଛି । ଯିଏ ଯେଉଁଠି ଥାଆନ୍ତୁ ପଛେ । ମାଁ ଙ୍କ ଚୈତ୍ର ଘଟ ଯାତ୍ରାରେ ସାମିଲ ହେବାପାଇଁ କୋରାପୁଟ ଆସିଥାନ୍ତି । ମାଁ ଙ୍କ ମହିମା ଅପାର, ନିଷ୍ଠାର ସହ ମାଁ ଙ୍କୁ ସ୍ମରଣା କଲେ ଲୋକଙ୍କ ସକଳ ଶଙ୍କଟ ଦୂର ହୋଇଥାଏ । ଏଣୁ ମାଁ ଙ୍କୁ ସନ୍ତୁଷ୍ଟ କରିବା ସହ ନବ ଦିନ ପରବ ପାଳନ କଲେ ସହର  ମଙ୍ଗଳ ହୋଇଥାଏ ବୋଲି ସାର୍ବଜନୀନ ବିଶ୍ବାସ ରହିଛି ।

Spread the love