ଜିଲ୍ଲାପାଳଙ୍କ ଶରଣ ପଶିଲେ ସେବା ପେପର ମିଲ ଶ୍ରମିକ ସଂଗଠନ ।

କୋରାପୁଟ (ପ୍ରତିଫଳନ ମିଡିଆ )

ସେବା ପେପର ମିଲ ବନ୍ଦ ହୋଇଯାଇଛି ।ଶ୍ରମିକମାନଙ୍କୁ ଦରମା ମିଳୁନାହିଁ। ଶ୍ରମିକଙ୍କ ପରିବାର ଢୋକେ ପିଇ ଦଣ୍ଡେ ଜିଇଁ ବା ଅବସ୍ଥାରେ।ପରିବାର ଅବସ୍ଥା ଶୋଚନୀୟ ।କମ୍ପାନୀ ଅର୍ଥକୁ ଚାହିଁ ରହିଛନ୍ତି ଶ୍ରମିକ। କମ୍ପାନୀ ଖୋଲିବା ନା ଗନ୍ଧ ନାହିଁ । ସମସ୍ୟା ର ସମାଧାନ ପାଇଁ କୋରାପୁଟ ଜିଲ୍ଲପାଳଙ୍କ ଶରଣ ପସିଛନ୍ତି ସେବା ପେପର ମିଲର୨ଟି ଶ୍ରମିକ ସଂଗଠନ ବିଲଟ ସେବା ପେପର ମିଲ ଏମ୍ପଲୟ ୟୁନିୟନ ଓ ବଲାରପୁର ଇଣ୍ଡଷ୍ଟ୍ରି ଏମ୍ପଲୟସ ୟୁନିଅନ ।

କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ MERPL ଦ୍ବାରା ପରିଚାଳିତ ସେବା ପେପର ମିଲର ୨ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ବିଜେଡ଼ି ନେତା ରବି ନନ୍ଦ ଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।

ଜୟପୁର ସ୍ଥିତ ସେବା ପେପର ମିଲରେ କାମ କରୁଥିବା ଶ୍ରମିକ ମାନଙ୍କ ଦରମା ପ୍ରଦାନ । ଅବସର ପ୍ରାପ୍ତ ଶ୍ରମିକ ମାନଙ୍କ ବକେୟା ପାଉଣା ଓ ପେନସନ ପ୍ରଦାନ କରିବା ଶ୍ରମିକ ମାନଙ୍କ ପିଏଫ ଓ ଇ ଏସ୍ ଆଇ କୁ ନିୟମିତ କରିବା । ବିଶେଷ କରି ୨୦୨୦ ବିଜିନେଶ ଟ୍ରାନସପର ଚୁକ୍ତିନାମା କୁ କାର୍ଯ୍ୟକାରୀ କରାଯାଇ ଶ୍ରମିକ ମାନଙ୍କ ସମସ୍ୟାର ସମାଧାନ କରିବାକୁ ଦାବୀ ରେ ଉଲ୍ଲେଖ ରହିଛି । ଶ୍ରମିକ ମାନଙ୍କ ଚିକିତ୍ସା ବାବଦ ଖର୍ଚ୍ଚ ,ପିଲାଙ୍କ ଶିକ୍ଷା ବୃତ୍ତି ପ୍ରଦାନ କରିବାକୁ ଦାବୀରେ ଉଲ୍ଲେଖ ରହିଛି ।

ଦୀର୍ଘ ମାସ ହେଲା କାଗଜକଳ ବନ୍ଦ ରହିଛି ।ଦରମା ଓ ପେନସନ ନ ପାଇ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅବସର ନେଇଥିବା କର୍ମଚାରୀଙ୍କ ମଧ୍ୟରୁ ଅନେକ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।ଅଥଚ ମୃତ କର୍ମଚାରୀଙ୍କ ପରିବାରକୁ କମ୍ପାନୀ ପକ୍ଷରୁ କୌଣସି ସହାୟତା ଦିଆଯାଇ ନାହିଁ । କର୍ମଚାରୀମାନଙ୍କୁ ଦରମା ପ୍ରଦାନରେ ବିଳମ୍ବ ହେଉଛି । ଜୁଲାଇ 2024 ଠାରୁ ପ୍ଲାଣ୍ଟଟି ବନ୍ଦ ରହିଛି । କାରଖାନା କେବେ କାର୍ଯ୍ୟକ୍ଷମ ହେବ ଏବଂ ଉତ୍ପାଦନ କେବେ ଠାରୁ ଆରମ୍ଭ ହେବ ସେଥିନେଇ ଅନିଶ୍ଚିତତା ରହିଛି। ସେଥିପାଇଁ ଶ୍ରମିକ ମାନେ ନିଜର ଭବିଷ୍ୟତ ଜୀବନ ଜୀବିକା କୁ ନେଇ ଅନ୍ଧକାର ରେ ରହିଛନ୍ତି । ଏସବୁ ସମସ୍ୟାର ସମାଧାନ ପାଇଁ ଶ୍ରମିକ ସଙ୍ଗଠନ ଗୁଡ଼ିକ ଜିଲ୍ଲପାଳଙ୍କୁ ଅନୁରୋଧ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Spread the love