କୋରାପୁଟ ମାଟିରେ ଭାଇ ଭଉଣୀ ହର୍ଷ ଗଦଗଦ, ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ, ଭାଇ ଦେଲେ ଶୁଭଦ୍ରା ତୃତୀୟ କିସ୍ତି

ନିଆରା ପରମ୍ପରା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଜଧାନୀ ଠାରୁ ଦୂରରେ ଭଉଣୀମାନଙ୍କ ଗହଣରେ ପାଳିଲେ ରକ୍ଷା ବନ୍ଧନ

କୋରାପୁଟ (ପ୍ରତିଫଳନ ମିଡ଼ିଆ )

ଭାଇ ଓ ଭଉଣୀଙ୍କ ମିଳନର ସ୍ଥଳ ପାଲଟିଛି କୋରାପୁଟ। କୋରାପୁଟର ଭଉଣୀ ମାନେ ଭାଇ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇ ଛନ୍ତି। ପ୍ରତିବଦଳରେ ମୁଖ୍ୟମନ୍ତ୍ରୀ ସମସ୍ତ ଶୁଭଦ୍ରା ଭଉଣୀଙ୍କ ଏକାଉଣ୍ଟକୁ ତୃତୀୟ କିସ୍ତିର ଟଙ୍କା ପ୍ରଦାନ କରିଛନ୍ତି। କୋରାପୁଟରେ ଭଉଣୀମାନେ ଆଦର ଢାଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରେ। ଭାଇ ବି ହୋଇ ପଡିଛନ୍ତି ହର୍ଷ ଗଦଗଦ। ଭଉଣୀ ମାନେ ଶ୍ରଦ୍ଧାର ସହ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। କୋରାପୁଟକୁ ଦିନିକିଆ ଗସ୍ତକ୍ରମରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜୟପୁରରେ ଶୁଭଦ୍ରାମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିବା ବେଳେ କୋରାପୁଟ ଠାରେ ଏକତ୍ରିତ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜେପି ମହିଳା ମୋର୍ଚାର ଭଉଣୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅତି ନିକଟରୁ ପାଇ ଖୁସିରେ ଉତଫୁଲିତ ହୋଇପଡ଼ିଥିଲେ।

ରକ୍ଷା ବନ୍ଧନ ଦିବସରେ ରାଜଧାନୀରେ ବସି ନିଜ ବାସଭବନରେ ମୁଖ୍ୟମନ୍ତ୍ରୀ ମାନେ ଏକ ମିଡ଼ିଆ ଇଭେଣ୍ଟ କରି ରାକ୍ଷୀ ବନ୍ଧୁଥିଲେ।ପ୍ରଥମଥର ପାଇଁ କୌଣସି ମୁଖ୍ୟମନ୍ତ୍ରୀ ଏଭଳି ଦିବସରେ ରାଜଧାନୀ ଛାଡି ଏଭଳି ମାଳଭୂମିର ଭଉଣୀ ମାନଙ୍କ ନିକଟକୁ ଛୁଟି ଆସିଛନ୍ତି। ଆଉ ରକ୍ଷା ବନ୍ଧନରେ ମୋହନ ଭାଇଙ୍କୁ ପାଇ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗକୁ ହାତ ଛଡା କରି ନାହାଁନ୍ତି। ସାଧାସିଧା ଓ ସରଳ ବ୍ୟବହାର ପାଇଁ ସାଧାରଣଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଦଖଲ କରିଥିବା ଏଭଳି ଏକ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇ ନିଜକୁ ଗର୍ବ ଅନୁଭବ କରିଛନ୍ତି ମହିଳା ମୋର୍ଚାର ଭଉଣୀ ମାନେ। ରାକ୍ଷୀ ପିନ୍ଧାଈବା ସହ ମିଠା ଖୁଆଇ ଚନ୍ଦନ ଟିପା ଲଗାଇ ଦୀର୍ଘ ଜୀବନ ନିରାମୟ କାମନା କରିଛନ୍ତି ବିଜେପିର ଭଉଣୀ ମାନେ। ଏଥିସହ ରାଜ୍ୟର ବିକାଶ ପାଇଁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଭଉଣୀଗଣ। ଆଜି ସକାଳେ ଜୟପୁର ବାଙ୍କ ବିଜା ନିକଟରେ ଆୟୋଜିତ ସମାବେଶରେ ସୁଭଦ୍ରା ଯୋଜନା ରେ ତୃତୀୟ କିସ୍ତି ଟଙ୍କା ଭଉଣୀମାନଙ୍କ ଖାତାକୁ ଅର୍ପଣ କରିଥିଲେ। କୋରାପୁଟ ଜିଲ୍ଲା ପାଲଟିଥିଲା ଭାଇ ଓ ଭଉଣୀଙ୍କ ସମ୍ପର୍କର ମିଳନ ସ୍ଥଳ। ଏଠାରୁ ଓଡ଼ିଶାର ସମସ୍ତ ଭଉଣୀ ମାନଙ୍କ ଶୁଭ ମନାସିବା ସହ ସମୃଦ୍ଧି କାମନା କରିଥିଲେ। କୋରାପୁଟର ଆଲିସାନ ହୋଟେଲ ପରିସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ବିଜେପି ଦଳୀୟ ସାଙ୍ଗଠନିକ ବୈଠକରେ ଏଭଳି ଭଉଣୀ ମାନଙ୍କ ସମାଦର ବ୍ୟବହାର ରେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁଵ ଖୁସି ଅନୁଭବ କରିଥିଲେ।

Spread the love