ଫେସବୁକ ନିଶା ଉତୁରିଲା, ଡି ଫେକ ଭିଡିଓ ପୋଷ୍ଟ ଭାରି ପଡିଲା
ରାୟଗଡା ( ପ୍ରତିଫଳନ ମିଡ଼ିଆ)
ଭୁବନେଶ୍ୱର କ୍ରାଇମବ୍ରାଞ୍ଚ୍ ପୋଲିସ ଦ୍ୱାରା ଗିରଫ ହେଲା ରାୟଗଡ଼ା ର ଯୁବକ କିଶୋର କୌଶଲ୍ୟା। କିଶୋର ର ଘର କେଉଟ ଗୁଡ଼ା ରେଳ ଷ୍ଟେସନ ସାହି ସେ ଟିକିରି ରେ ଏକ କମ୍ପାନୀରେ କାମ କରୁଥିଲା ବୋଲି କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସାଧାରଣରେ ବଦନାମ କରିବା ପାଇଁ ଅଶ୍ଲୀଳ ଭିଡିଓ ଗୁଡ଼ିକ ଫେସବୁକ୍ ରେ ପୋଷ୍ଟ କରୁଥିଲା । ଏହା ଦେଖି ଜଣେ ସଚେତନ ନାଗରିକଙ୍କ ଦ୍ୱାରା ଅଭିଯୋଗ ଦାଖଲ କରାଯାଇଥିଲା ।
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା, ସାଧାରଣ ଲୋକଙ୍କ ମଧ୍ୟରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ ଭିଡିଓଟିକୁ ବିକୃତ କରି ଫେସବୁକ୍ ରେ ପୋଷ୍ଟ କରି ଭାଇରାଲ କରାଯାଇଥିଲା। ସେଭଳି ବିକୃତ ଭିଡିଓ ଦ୍ଵାରା ମହିଳାଙ୍କ ସମ୍ମାନକୁ ମଧ୍ୟ ବାଧା ଦେଇଥିଲା। ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟ୍ ତୁରନ୍ତ ଏହି ଘଟଣାର ତଦନ୍ତ କରିଥିଲା ।
ଆପତ୍ତିଜନକ ବିଷୟବସ୍ତୁ ଭିଡିଓ ଟିକୁ ହଟାଇବାକୁ ମେସର୍ସ ମେଟା ପ୍ଲାଟଫର୍ମ (ଫେସବୁକ୍) କୁ ଅନୁରୋଧ କରିଥିଲା। ଫେସବୁକ୍
ସଠିକ୍ ତଦନ୍ତ କରି ଆକାଉଣ୍ଟ ବ୍ୟବହାରକାରୀଙ୍କୁ ରାୟଗଡା ଜିଲ୍ଲାର ମୂଳ ବାସିନ୍ଦା ଭାବରେ ଚିହ୍ନଟ କରିଥିଲା।
କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡା ଯାଇ ଅଭିଯୁକ୍ତ କିଶୋର କୌସଲ୍ୟାଙ୍କୁ ଗିରଫ କରି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ଜାମିନ ଖାରଜ ହୋଇଯିବାରୁ ଜେଲକୁ ପଠାଇ ଦିଆ ଯାଇଛି ବୋଲି କ୍ରାଇମ୍ ବ୍ରାଞ୍ଚ ସୂଚନା ଦେଇଛି । ଏଡିଟ କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଓ ବେଆଇନ ଭାବେ ସୋସିଆଲ ମିଡିଆକୁ ବ୍ୟବହାର କରି ପ୍ରସାରଣ କରିଥିବା ରୁ IT ଆଇନର ଉଲଂଘନ କରିଥିବା ଅପରାଧିକ ମାମଲାରେ ଗିରଫ କରାଯାଇଛି ।ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ସୋସିଆଲ ମିଡିଆରେ ପୋଷ୍ଟ କିମ୍ବା ସେୟାର କରୁଥିବା ବ୍ୟକ୍ତି ମାନେ ବିଷୟବସ୍ତୁ ପ୍ରତି ସତର୍କ ରହିବାକୁ କ୍ରାଇମ୍ ବ୍ରାଞ୍ଚ ଅନୁରୋଧ କରିଛି। କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ଯେ ଏପରି ବେଆଇନ କାର୍ଯ୍ୟରେ ଲିପ୍ତ

