ରାୟଗଡା (ପ୍ରତିଫଳନ ମିଡ଼ିଆ )
ମୁଖ୍ୟମନ୍ତ୍ରୀ କଥା ଦେଇ କଥା ରଖିଲେ । ରାୟଗଡାର ବିକାଶ ପାଇଁ ଅର୍ଥର ପେଡି ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମ କରି ରାୟଗଡ଼ା ଗସ୍ତରେ ଆସିଥିବା ବେଳେ ରାୟଗଡ଼ା ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାର ବିକାଶ ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ବାଇପାସ୍ ରାସ୍ତା ନିର୍ମାଣ ସହ ଜଳ ସେଚନ ଓ ପାନୀୟ ଜଳର ବ୍ୟବସ୍ଥାପାଇଁ ଦାବି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଜମାଦେଇପେଣ୍ଠରୁ ଅମଲାଭଟ୍ଟା ପର୍ଯ୍ୟନ୍ତ ଚାରି ଲାଇନ ବିଶିଷ୍ଟ ବାଇପାସ ରିଙ୍ଗ ରୋଡକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। 544.44 କୋଟି ଟଙ୍କାର ପ୍ରକଲ୍ପ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିରେ ଦୀର୍ଘ 26 କିଲୋମିଟର ଚାରି ଲାଇନ ବିଶିଷ୍ଟ ରାସ୍ତା ସହ ଦୁଇଟି ପୋଲ ନିର୍ମାଣ ହେବ। ନାଗାବଳୀ ନଦୀରେ ଦୁଇଟି ବ୍ୟାରେଜ ସେତୁ ହେବ। ଏହା ଦ୍ୱାରା ରାୟଗଡା ଓ ଜେକେପୁରର ଜଳ ସମସ୍ୟା ଦୂର ହେବ। ଆନ୍ତ ରାଜ୍ୟ ଗମନାଗମନ ସୁବିଧା ହେବ। ବିଜେପି ସରକାରଙ୍କ ଏହା ରାୟଗଡାବାସୀଙ୍କ ପାଇଁ ଉପହାର ବୋଲି କୁହାଯାଉଛି। ଦୀର୍ଘ ବର୍ଷ ଧରି ମା ମଝିଘରିଆଣୀ ଓ ଜେକେପୁର ନାଗାବଳୀ ନଦୀ ଉପରେ ନିର୍ମିତ ପୁରୁଣା ଦଦରା ପୋଲ ଦେଇ ଗାଡି ଯାତାୟାତ ହେତୁ ବିପଦ ରହିଥିଲା। ଚାରି ଲାଇନ ସଡ଼କ ପଥ ନିର୍ମାଣ ହେବା ପରେ ରାୟଗଡାର ଦୀର୍ଘ ଦିନର ସମସ୍ୟା ପୂରଣ ହେବ। ଏଥିପାଇଁ ରାୟଗଡରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ଜିଲ୍ଲାବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ଖୁଵ ଶୀଘ୍ର ମୁଖ୍ୟମନ୍ତ୍ରୀ ରାୟଗଡା ଆସି ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡିଛି। ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀ ରାୟଗଡା ଗସ୍ତ ବେଳେ ରାୟଗଡା ନାଗରିକ ମଞ୍ଚ ପକ୍ଷରୁ ପ୍ରଭାକର ଦୋରା, ରାମଚନ୍ଦ୍ର ସାହୁ, ବାଦଲ ତା, ଶ୍ୟାମ ସୁନ୍ଦର୍ ଦାସ, ବିଦ୍ୟା ପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସବିସ୍ତୃତ ରିପୋର୍ଟ ସହ ଦାବୀ ପତ୍ର ପ୍ରଦାନ କରିଥିଲେ। ଆଜି ଦାବୀ ପୂରଣ କରିଥିବାରୁ ରାୟଗଡ଼ା ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଥମେ ରାୟଗଡ଼ାକୁ ରେଳ ଡିଭିଜନ ଘୋଷଣା କରିବା ପରେ ଥେରୁବାଲି, ଗୁଣୁପୁର ରେଳପଥ ନିର୍ମାଣ ପାଇ ମଞ୍ଜୁର କରିବା ଗୋପାଳପୁର ରାୟଗଡ଼ା କୁ ରେଳ ପଥ ନିର୍ମାଣ ପାଇ ପଦକ୍ଷେପ ଗ୍ରହଣ କରିବା ସହ ବ୍ରହ୍ମପୁର ରୁ ରାୟଗଡ଼ା 4ଲାଇନ୍ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଜିଲ୍ଲାର ବିକାଶ ପାଇଁ ପ୍ରତିଶୃତି ବଦ୍ଧ ରହିଥିବା ସାଧାରଣରେ ଚର୍ଚା ହେଉଛି ।

