ଜିଲ୍ଲା ଶିଶୁ ମଙ୍ଗଳ ସମିତି ଭଙ୍ଗ ନିର୍ଦ୍ଦେଶନମାକୁ ସ୍ଥଗିତ ରଖିଲେ ହାଇକୋର୍ଟ. ବିଦୁଲତାଙ୍କୁ କୋର୍ଟରୁ ମିଳିଲା ସାମୟିକ ଆଶ୍ଵସ୍ଥି .

ଜୁନ ୪ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

ରାୟଗଡା (ପ୍ରତିଫଳନ ମିଡ଼ିଆ)

ମଇ ୧ତାରିଖରେ ଜିଲ୍ଲା ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶନାମାକୁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୪ଜୁନ ୨୦୨୫ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ହାଇକୋର୍ଟ ର ଗ୍ରୀଷ୍ମ ଅବକାଶ କାଳୀନ ବେଞ୍ଚ ମାମଲାର ବିଚାର କରି ସ୍ଥଗିତାଦେଶ ଦେଇଛନ୍ତି । ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ୪ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ କୁ ରଦ୍ଧ କରାଯାଇଥିବା ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମା ବିରୋଧରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିଲେ ବିଦୁଲତା ।ଜୁନ ୪ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ହାଇକୋର୍ଟ ଙ୍କ ପରବର୍ତୀ ଶୁଣାଣି କୁ ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ। ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ୪ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ କୁ ରଦ୍ଧ କରାଯାଇଥିବା ନେଇ ମଇ ୧ତାରିଖରେ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ବିରୋଧରେ ନ୍ୟାୟ ପାଇବା ପାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବିଦୁଲତା ହୁଇକା । ରାୟ ଆସିବା ପରେ ହାଇକୋର୍ଟ ଙ୍କ ରାୟଙ୍କୁ ସ୍ବାଗତ କରିଛନ୍ତି ବିଦୁଲତା ହୁଇଜା ।ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ଦୃଢ଼ ଆସ୍ଥା ରହିଛି ଓ ଏହି ଘଟଣାରେ ସତ୍ୟର ଜୟ ଓ ପାପର କ୍ଷୟ ନିଶ୍ଚିତ ହେବ ବୋଲି ବିଦୁଲତା କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଜେ କେ ପୁର ଶିଶୁ ବିକ୍ରୀ ଘଟଣାରେ ତଦନ୍ତ ପ୍ରକ୍ରିୟା ଠିକ୍ ଭାବେ କରୁନଥିବା ଅଭିଯୋଗ କରି ଶିଶୁ ମଙ୍ଗଳ ସମିତିକୁ କାର୍ଯ୍ୟ ଅବଧି ପୂରିବା ପୂର୍ବରୁ ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କ କାର୍ଯ୍ୟକାଳ ସମାପ୍ତ କରି କମିଟି କୁ ଭଙ୍ଗ କରିଥିଲା ପ୍ରଶାସନ । ଶିଶୁ ମଙ୍ଗଳ କମିଟିକୁ ବେନିୟମ ଭାବେ ଭଙ୍ଗ କରିଥିବା ଅଭିଯୋଗ କରି ନ୍ୟାୟ ପ୍ରଦାନ ସକାଶେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ବିଦୁଲତା। ଚଳିତ ମାସ ୧ ତାରିଖରେ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଭଙ୍ଗ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରୀ କରିଥିଲା । ଏନେଇ କମିଟିର ଅଧ୍ୟକ୍ଷା ବିଦୁଲତା ହୁଇକା ସଦସ୍ୟ କୈଳାସ ଚନ୍ଦ୍ର ପାଳ, ପ୍ରିୟଦର୍ଶିନୀ ମହାଙ୍କୁଡ, ଜ୍ୟୋତ୍ସ୍ନାମୟୀ ପାଢ଼ୀ ଏବଂ ଗାଗାରିନ ଶବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ବିଚାର କରି ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ବିରଜା ପ୍ରସନ୍ନ ଶତପଥୀ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କମିଟି ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତାଙ୍କ ପକ୍ଷରୁ ଓକିଲ ଏସ୍ ରୟ ମାମଲା ପରିଚାଳନା କରିଥିଲେ ।


ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ ସମିତି ମଧ୍ୟରେ ବିବାଦ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇପଡିଛି । ପ୍ରଶାସନ ଓ ସମିତି ମଧ୍ୟରେ ବୁଝାମଣା ର ଅଭାବ ଯୋଗୁଁ ଏହିଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବରିଷ୍ଠ ଆଇନଜୀବୀ ଓ ବୁଦ୍ଧିଜୀବି ମହଲ କହିଛନ୍ତି । ଜିଲ୍ଲାର ବିକାଶ ପାଇଁ ପ୍ରଶାସନ, ଲୋକ ପ୍ରତିନିଧି, ଗଣ ମାଧ୍ୟମ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସମନ୍ଵୟ ଓ ସୂ ସମ୍ପର୍କ ରହିଲେ ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜବୀ କହିଛନ୍ତି ।

ବିବାଦର ଘଟଣା କ୍ରମ

ଜେକେପୁର ଠାରେ ଗତ ନଭେମ୍ବର ୧୧ ତାରିଖରେ ଜଣେ ଦମ୍ପତି ୨୦ ହଜାର ଟଙ୍କାରେ ଆନ୍ଧ୍ର ପ୍ରଦେଶର ମାନ୍ଯମ ଜିଲ୍ଲାରେ ଏକ ଦମ୍ପତ୍ତି କୁ ୯ ଦିନର ଶିଶୁ କନ୍ୟାକୁ ବିକ୍ରୀ କରାଯାଇଥିବା ଅଭିଯୋଗ ଘଟଣାର ତଦନ୍ତ ରିପୋର୍ଟ ଦେବା ନେଇ ସମନ୍ବୟର ଅଭାବ ଯୋଗୁଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ ।

Spread the love