ଗୁଣୁପୁର (ପ୍ରତିଫଳନ ମିଡ଼ିଆ )
କିଛି ଦିନର ବ୍ୟବଧାନ ପରେ ପୁଣି ଜିଆଇଇଟିରେ ଘଟିଛି ଛାତ୍ର ଆତ୍ମହତ୍ୟା। ରାୟଗଡା ଜିଲ୍ଲା ଗୁଣପୁର ଗାନ୍ଧି ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟର ପଠାଣି ସାମନ୍ତ ହଷ୍ଟେଲରେ ଜଣେ ଛାତ୍ରର ଆତ୍ମହତ୍ୟା ଅଭିଯୋଗ | ଏନ୍ ସି – ୭ ହଷ୍ଟେଲ ବ୍ଲକ୍ ନଂ ୧୨ ଡିଆର୍ ନଂ ୨ ରୁମରେ ଛାତ୍ର ରହୁଥିଲେ। ଫ୍ୟାନରେ ଝୁଲି ରହିଛି ଛାତ୍ରର ମୃତ ଦେହ । ମୃତ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ହିମାଂସୁ ହୋତା ବୋଲି ଜଣାପଡିଛି । ହିମାଂଶୁ ବାୟୋଟେକନୋଲଜି ବିଭାଗ ଦ୍ବିତୀୟ ବର୍ଷର ଛାତ୍ର।


ଖବର ପାଇ ଘଟଣାସ୍ଥଳରେ ଗୁଣପୁର ପୋଲିସ୍ ପହଂଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ପୋଲିସ୍ ପ୍ରାଥମିକ ତଦନ୍ତ ରୁ ପ୍ରେମ ଜନିତ ଆତ୍ମହତ୍ୟା ନେଇ ସଂନ୍ଦେହ କରୁଛି। ସାଇଣ୍ଟିଫିକ୍ ଟିମ୍ ର ସହାୟତା ଲୋଡିଛି ଗୁଣପୁର ପୋଲିସ୍। ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଗୁଣୁପୁର ପୋଲିସ କହିଛି।

