ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ଏସୟୁଜେ ସଂଘର ଦାବି ।

ଭୁବନେଶ୍ୱର ପ୍ରତିଫଳନ ମିଡ଼ିଆ

ଏକ୍ରିଡେସନ କମିଟିର ପୁନର୍ଗଠନ କରିବା ସହ ଜିଲ୍ଲା ସ୍ତରରେ ସାମ୍ବାଦିକଙ୍କୁ ସାମିଲ କରିବାକୁ ଏସୟୁଜେ ସାମ୍ବାଦିକ ସଙ୍ଗଠନ ଦାବି କରିଛି ।

ବାରିପଦା ଠାରେ ଏସୟୁଜେ ସାମ୍ବାଦିକ ସଂଘର ମୟୁରଭଞ୍ଜ ଜିଲ୍ଲା ଶାଖାର ବୈଠକ ଅନଷ୍ଠିତ ହୋଇଯାଇଛି।ବୈଠକରେ ରାଜ୍ୟରେ କର୍ମରତ ସାମ୍ବାଦିକଙ୍କ ସୁରକ୍ଷା ,ପେନସନ,ଜିଲ୍ଲା ସ୍ତରରେ ଏକ୍ରିଡେଶନ ପ୍ରଦାନ,ସ୍ବାସ୍ଥ୍ୟ ବୀମା ରାଶି ବୃଦ୍ଧି ସହ ଭୁବନେଶ୍ୱରରେ ସାମ୍ବାଦିକଙ୍କ ରହଣି ପାଇଁ ସ୍ୱତନ୍ତ୍ରଭାବେ ସାମ୍ବାଦିକ ଅତିଥି ଭବନ ନିର୍ମାଣ କରିବାକୁ ଦାବି କରିଛି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି ।ଏହା ସହ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିବା ସହ ସାମ୍ବାଦିକଙ୍କ ସମସ୍ୟା ଗୁଡ଼ିକର ସମାଧାନ ନେଇ ଆଲୋଚନା କରିବାକୁ ନିଷ୍ପତି ନିଆଯାଇଛି । ସାମ୍ବାଦିକଙ୍କ ସ୍ବାର୍ଥ ସମ୍ବଳିତ ଦାବି ଗୁଡ଼ିକ କିଭଳି ପୂରଣ ହୋଇପାରିବ ସେଥିନେଇ ସରକାରଙ୍କ ଯେତିକି ଭୂମିକା ରହିଛି ବିରୋଧୀ ଦଳ ଗୁଡ଼ିକର ମଧ୍ୟ ସେତିକି ଭୂମିକା ରହିଛି । ସରକାରୀ ପକ୍ଷ ଓ ବିରୋଧୀ ଦଳ ଗୁଡିକ ସାମ୍ବାଦିକଙ୍କ ଦୀର୍ଘ ଦିନର ଦାବୀ ଗୁଡ଼ିକୁ ପୁରଣ କରିବା ନେଇ ପଦକ୍ଷେପ ଗ୍ରହଣ କରିବା ସକାଶେ ରାଜ୍ୟ ସାମ୍ବାଦିକ ସଙ୍ଗଠନ (ଏସୟୁଜେ) ଦାବି ରଖିଛି । ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବା ସହ ଜୀବନ ଜୀବିକାର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯିବ।ଦେଶର ଅନେକ ରାଜ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସ୍ଵାର୍ଥ ରକ୍ଷା ପାଇଁ ବିଭିନ୍ନ ରାଜ୍ୟର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ୧୨ଟି ରାଜ୍ୟ ରେ ସାମ୍ବାଦିକଙ୍କୁ ୧୫ ରୁ ୨୦ ହଜାର ଟଙ୍କା ଲେଖାଏଁ ଭତ୍ତା ବା ପେନସନ ଦିଆଗଲାଣି। କିଛି ରାଜ୍ୟ ରେ ସାମ୍ବାଦିକ ସୁରକ୍ଷା ଆଇନ ମଧ୍ୟ ଲାଗୁ ହେଲାଣି। କିନ୍ତୁ ଓଡ଼ିଶା ରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇ ନାହିଁ।ସରକାରକୁ ଆସିଲେ ସାମ୍ବାଦିକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଜେପି ଦଳ । ହେଲେ ବିଜେପି ସରକାର ର ଏକ ବର୍ଷ ପୁରଣ ହେଇଗଲା ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ଦାବି ପୁରଣ କରି ନାହାନ୍ତି । ଗତ ସରକାରର ସମୟରେ ବନ୍ଦ କରାଯାଇଥିବା ସାମ୍ବାଦିକଙ୍କ ସଚିବାଳୟ ପ୍ରବେଶ ଅନୁମତି ପ୍ରଦାନବିନା ଆଉ କିଛି କରି ନାହାନ୍ତି । ସାମ୍ବାଦିକଙ୍କ ଦାବି ଗୁଡ଼ିକ ପୂରଣ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଏସ ୟୁଜେ ପକ୍ଷରୁ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାଏକ ମୂଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ।

ବାରିପଦା ଠାରେ ଅନୁଷ୍ଠିତ ମୟୁରଭଞ୍ଜ ଜିଲ୍ଲା ଶାଖା ସାଂଗଠନିକ ବୈଠକରେ ରାଜ୍ୟର ସାମ୍ବାଦିକଙ୍କ ରହିଥିବା ବିଭିନ୍ନ ସମସ୍ୟା ର ସମାଧାନ ନେଇ ଆଲୋଚନା ହୋଇଥିଲା । ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା,ରାଜଧାନୀରେ ସାମ୍ବାଦିକ ଅତିଥି ଭବନ ନିର୍ମାଣ,୨୫ ହଜାର ଟଙ୍କା ଲେଖାଏଁ ଭତ୍ତା ଓ ପେନସନ ପ୍ରଦାନ, ସ୍ବାସ୍ଥ୍ୟ ବୀମା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା,୪ ଲକ୍ଷ ଟଙ୍କା ପରିବର୍ତ୍ତେ ମୃତ୍ୟୁ କାଳୀନ ସହାୟତା ରାଶି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ସାମ୍ବାଦିକର ମୃତ୍ୟୁ ପରେ ତାର ପରିବାର କୁ ସମ ପରିମାଣ ଭତ୍ତା,ପିତା ମାତା ଙ୍କ ସମେତ ୨୫ ବର୍ଷ ରୁ ଉର୍ଦ୍ଧ ଅବିବାହିତ ପୁତ୍ର କନ୍ୟା ଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା ଏବଂ ଏହି ଯୋଜନାରେ ସାମିଲ ସମସ୍ତ ସାମ୍ବାଦିକ ଙ୍କୁ ସରକାରୀ ସ୍ଵୀକୃତି ପ୍ରାପ୍ତ ସାମ୍ବାଦିକଙ୍କ(ଏକ୍ରିଡେସନ) ମର୍ଯ୍ୟାଦା ପ୍ରଦାନ କରିବାକୁ ଏସୟୁଜେ ଓଡ଼ିଶା ଯେଉଁ ଦାବି ଦୀର୍ଘ ଦିନ ଧରି ଦାବି କରି ଆସୁଛି ପୁନର୍ବାର ସେହି ସବୁ ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ, ବିରୋଧୀ ଦଳ ନେତା,ବିଜେପି ଓ କଂଗ୍ରେସ ଦଳର ରାଜ୍ୟ ସଭାପତି, ସମସ୍ତ ବିଧାୟକ ବିଧାୟୀକା ମାନଙ୍କୁବି ଦାବି ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସଭାପତି ସୂଚନା ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ଉପସଭାପତି ରାଧେଶ୍ୟାମ ପ୍ରଧାନ,ଏନୟୁଜେ ଇଣ୍ଡିଆର ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରୟାଗରାଜ କର, ବରିଷ୍ଠ ସଦସ୍ୟ ଶଶୀଭୂଷଣ ଷଡ଼ଙ୍ଗୀ, ଏନୟୁଜେ ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଡ଼ଃ ଚିନ୍ତାମଣି ପାଢ଼ୀ, ଯାଜପୁର ଜିଲ୍ଲା ଶାଖା ର ସଭାପତି ସୁବାଷ ଧଳ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ଉପସ୍ଥିତ ସାମ୍ବାଦିକଙ୍କୁ ଏସୟୁଜେ ଓଡ଼ିଶାର ମୁଖପତ୍ର “ସଙ୍କଳ୍ପ” ପ୍ରଦାନ କରାଯାଇଥିଲା।

Spread the love