ପଡ଼ିଲା ଚଡ଼କ, ତିନି ଜଣ ମୃତ,୨ମହିଳା ଜଣେ ବାଳିକା ମୃତ,

ଲକ୍ଷ୍ମୀପୁର ( ପ୍ରତିଫଳନ ମିଡିଆ)

ପଡ଼ିଲା ଚଡକ । ମରିଗଲେ ତିନି ମହିଳା । ଜଣେ ବୃଦ୍ଧ ଆହତ ।ଆହତଙ୍କୁ ଲଷ୍ମୀପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଚାଲିଛି । ବଜ୍ରପାତରେ ପରିବାର ତିନି ମୃତ, ମୃତକ ମାନେ ମହିଳା । ଆଈ ନାତୁଣୀଙ୍କ ମୃତ୍ୟୁ । ଅଜା ଗୁରୁତର। ଲଷ୍ମୀପୁର ଥାନା ଓଡ଼ିଆପେଣ୍ଠ ଅନ୍ତର୍ଗତ ପରିଡିଗୁଡା ଗ୍ରାମରେ ଏଭଳି ଶୋକର ଛାୟା ଖେଳି ଯାଇଛି ।
ସେମାନେ ସମସ୍ତେ ବିଲକୁ ଯାଇଥିଲେ । ବର୍ଷା ପବନ ଆସିବାରୁ କୁଡ଼ିଆରେ ଆଶ୍ରୟ ନେଇଥିଲେ । ବଜ୍ରପାତ ପଡ଼ିବାରୁ ଗୋଟିଏ ପରିବାର ଜେଜେ ମାଆ ଓ ନାତୁଣୀର ମୃତ ଘଟିଛି । ଜେଜେ ମାଆ ବୃଦି ମାଣ୍ଡିଙ୍ଗା ୬୦ ବର୍ଷ ଓ ନାତୁଣୀ କସା ମାଣ୍ଡିଙ୍ଗା (18) ମୃତ ଘଟିଛି । ଅନ୍ୟ ଜଣେ ମୃତକ ମହିଳା ହେଲେ କୁମ୍ଭାରଗୁଡା ଗ୍ରାମର ଅମ୍ଭିକା (35) । ଆହତ ବୃଦ୍ଧ ହୀଙ୍ଗୁ ମାଣ୍ଡିଙ୍ଗା ଗୁରୁତର ଆହତ ହୋଇଛନ୍ତି ।ତାଙ୍କୁ ଲକ୍ଷ୍ମୀ ପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଗତ ୧୪ ତାରିଖରେ ପଟାଙ୍ଗି ଅଞ୍ଚଳ ରେ ଗୋଟେ ପରିବାରର ତିନି ଜଣକ ବଜ୍ରପାତରେ ମରିଥିବା ବେଳେ ଆଜି ପୁଣି ଲକ୍ଷ୍ମୀପୁର ଅଂଚଳରେ ଏଭଳି ଘଟଣା ଘଟିଛି । ବଜ୍ରପାତ ଜନିତ ମୃତ୍ୟୁ ଘଟଣାକୁ ନେଇ ସମଗ୍ର କୋରାପୁଟ ଜିଲ୍ଲାରେ ଦୁଃଖର ଲହରୀ ଖେଳି ଯାଇଛି ।

ଗତ ତିନି ଦିନ ମଧ୍ୟରେ ବଜ୍ରପାତରେ ଜିଲ୍ଲା ରେ ୮ଜଣକ ମୃତ୍ୟୁ ଘଟିଛି ।

Spread the love