ପ୍ରତିଫଳନ ମିଡ଼ିଆ
ରାସ୍ତା ପାଇଁ ଲୋକେ ନିରାଶ
ବର୍ଷ ବର୍ଷ ଧରି ନିର୍ମାଣ ହେଉନାହିଁ ରାସ୍ତା । ଲୋକଙ୍କ କଥା ଶୁଣୁ ନାହାନ୍ତି ଗ୍ରାମ୍ୟ ନିର୍ମାଣ ବିଭାଗ ର ଯନ୍ତ୍ରୀ । ଖାଲ ଖମାରେ ଭର୍ତ୍ତି ବିପଦ ସଙ୍କୁଳ ରାସ୍ତାରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତାୟାତ ହେଉଛନ୍ତି ରାୟଗଡ଼ା ଜିଲ୍ଲା
ଫୁଲକଣା ,ଟିଟିଝୋଲା ସମେତ 5ଖଣ୍ଡ ଗ୍ରାମର ଲୋକେ ।
ଏ କୌଣସି ପଦର ଜମି ନୁହେଁ କି ଛୋଟିଆ ପୋଖରୀ ନୁହେଁ ।
ମାଟି ଖୋଳା ହୋଇ ଥିବା ଗାଡିଆ ନୁହେଁ । ବାସ୍ତବରେ କିନ୍ତୁ ତାହା ନୁହେଁ ।ଏ ହେଉଛି ରାୟଗଡା ରୁ ଫୁଲକଣା ଦେଇ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ଆନ୍ଧ୍ରର ପାର୍ବତୀ ପୁରକୁ ସଂଯୋଗ କରୁଛି । ଆନ୍ତ ଜିଲ୍ଲା କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ।
ରାୟଗଡ଼ା ରୁ ରାଫୁକଣା ଗଲାବେଳେ ମଝିରେ ପଡୁଛି ଫୁଲକଣା ।
326 ନମ୍ବର୍ ଜାତୀୟ ରାଜ ପଥର ଫୁଲକଣା ଛକ ଠାରୁ ବନ୍ଧୁଗାଁ କୁ ଲମ୍ବିଥିବା ରାସ୍ତାର ପ୍ରାୟ 5କିମି ରାୟଗଡ଼ା ଜିଲ୍ଲା ସୀମାରେ ରହିଛି ।ଫୁଲକଣା ଠାରୁ – ଟିଟିଝୋଲା ପର୍ଯ୍ୟନ୍ତ ରାସ୍ତା ରେ ଛୋଟ ବଡ ଗାତ ହୋଇ ଯାଇଛି । ବିପଦ ସଙ୍କୁଳ ଅବସ୍ଥାରେ ଲୋକେ ଯାତାୟାତ କରୁଛନ୍ତି । ଗ୍ରାମ୍ୟ ନିର୍ମାଣ ଅଧୀନରେ ରହିଛି ଏହି ରାସ୍ତା । ଅଞ୍ଚଳର ଲୋକେ ବିଭାଗୀୟ କତୃପକ୍ଷ ଙ୍କ ବାରମ୍ବାର ଦୃଷ୍ଟୀ ଆକର୍ଷଣ କରିବା ସତ୍ବେ ରାସ୍ତା ମରାମତି କିମ୍ବା ନିର୍ମାଣ କରାଯାଉ ନାହିଁ । ସେହି ରାସ୍ତା ଦେଇ ବାଇକ ରେ ଗଲା ବେଳେ ବାଇକ୍ ସ୍ଲିପ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି । ଯାତ୍ରୀ ବାହି ଓ ମାଲବାହୀ ଗାଡ଼ି ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ଚଳ ପ୍ରଚଳ ହେଉଛି । ଗାଡ଼ି ଗୁଡ଼ିକ ଦୁର୍ଘଟନା ଘଟିବାର ଆଶଙ୍କା ରହୁଛି । ରାୟଗଡ଼ା ବିଧାୟକ ଓ ସାଂସଦ ଙ୍କୁ ମଧ୍ୟ ବହୁବାର ଦୃଷ୍ଟି ଆକର୍ଷଣ କରିଛନ୍ତି ଅଞ୍ଚଳ ବାସୀ ତଥାପି ରାସ୍ତା ନିର୍ମାଣ ହୋଇପାରୁନାହିଁ ।
କୋରାପୁଟ ଜିଲ୍ଲା ର ରାସ୍ତା ଭଲ ଥିବା ବେଳେ ରାୟଗଡ଼ା ସୀମା ମଧ୍ୟରେ ଥିବା ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଛି।ରାୟଗଡ଼ା ଜିଲ୍ଲାର 5ଟି ଗାଁ ରହିଛି ଫୁଲକଣା,ହୁଲକି,ଭିତର ପେଣ୍ଡିଲି,ଗାଲୀ ପେଣ୍ଡେଲି,ଟିଟିଝୋଲା ରହିଛି ।ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ 27 କିମି ଦୂରରେ ରହିଛି ଏସବୁ ଗ୍ରାମ ।ପ୍ରତିଦିନ ରାୟଗଡ଼ା ଜିଲ୍ଲା ସଦର ମହକୁମାକୁ ଲୋକଙ୍କୁ ଆସିବାକୁ ପଡୁଛି । ଶିକ୍ଷା,ସ୍ବାସ୍ଥ୍ୟ, ଗମନା ଗମନ ବଜାର ବ୍ୟବସ୍ଥା ରାୟଗଡ଼ା ଉପରେ ହିଁ ନିର୍ଭର ଶିଳ।ରାସ୍ତାରେ ବଡ ବଡ ଗାତ ସୃଷ୍ଟି ହୋଇ ପାଣି ଜମି ରହିଛି।ପୋଖରୀ ର ଭ୍ରମ ସୃଷ୍ଟି କରୁଛି ।ରାସ୍ତା ନୁହେଁ ତ ଲୋକଙ୍କ ପାଇଁ ପାଲଟିଛି ମରଣା ଜନ୍ତା। ବିଭାଗୀୟ ଅଧିକାରୀ ଓ ପ୍ରଶାସନଙ୍କୁ ବହୁବାର ଜଣାଇବା ସତ୍ବେ କିଛି ଫଳ ମିଳିନାହିଁ ।



ଗ୍ରାମ୍ୟ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଙ୍କୁ ଗୁହାରି କଲେ ଲୋକଙ୍କ ଗୁହାରି ଶୁଣିବା ପରିବର୍ତ୍ତେ ବିରକ୍ତ ହେଉଥିବା ଅଭିଯୋଗ ହେଉଛି । ଫୋନ୍ କଲେ ବିଭାଗୀୟ ଯନ୍ତ୍ରୀ ମାନେ ଲୋକଙ୍କ ଫୋନ୍ କଲ୍ ଧରୁ ନାହାଁନ୍ତି ବୋଲି ରଞ୍ଜିତ ପଲପା କହିଛନ୍ତି। ମୁଖ୍ୟମନ୍ତ୍ରୀ , ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳର ଲୋକେ ନିବେଦନ କରିଛନ୍ତି ।

