ଆରମ୍ଭ ହେଲା ପରଵ ଦୁଲୁକିବ କୋରାପୁଟ ।

କୋରାପୁଟ ର ଜାତୀୟ ଲୋକ ମହୋତ୍ସବ ପରବ – ୨୦୨୫
ଶୁଭାରମ୍ଭ ହୋଇଛି। ଲକ୍ଷ୍ମୀପୁର ବ୍ଳକର କୁଟୁଣିପଦରରୁ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆଦିବାସୀ ନୃତ୍ୟ ଓ ବାଜା ସହ ଉତ୍ସବ ମୁଖର ହୋଇଛି କୁଟୁଣିପଦର। ସହସ୍ର ଶିବଲିଙ୍ଗର ପୀଠ ଭାବେ ପରିଚିତ କୁଟୁଣିପଦର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପରବ ମଶାଲକୁ ମଞ୍ଚ ନିକଟରେ ସ୍ଥାପନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ।

କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମନୋଜ ସତ୍ୟବାନ ମହାଜନ ଉପସ୍ଥିତ ଅତିଥି ଓ ସାଧାରଣ ଲୋକଙ୍କୁ ପରବ ଶପଥ ପାଠ କରାଇଥିଲେ। ପରବ ପୋଷ୍ଟର ଓ ଷ୍ଟିକର ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ଉଦଘାଟନୀ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋଟପାଡ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ୧୯୯୬ ମସିହାରେ ପରବ ଶୁଭାରମ୍ଭ ହୋଇଥଲା। ଲୋକ କଳା ଓ ସଂସ୍କୃତି ର ପ୍ରଚାର ପ୍ରସାର ସହ ଜନଜାତିଙ୍କ ଭରପୁର ପ୍ରତିଭାର ବିକାଶ ପାଇଁ ପରବ ଆୟୋଜିତ ହେଇଥିଲା। ପରବ ମଞ୍ଚ ଜିଲ୍ଲାର ପ୍ରତିଭା ମାନଙ୍କୁ ସୁଯୋଗ ଦେଇଛି। କୋରାପୁଟ ଜିଲ୍ଲାର “ପରବ” ରାଜ୍ୟସ୍ତରୀୟ ମାନ୍ୟତା ପାଇ ଏବେ ଜାତୀୟ ମାନ୍ୟତା ପାଇଛି। ପରବର ଗୌରବ ମୟ ଗାରିମା କୁ ପରିବ୍ୟାପ୍ତ କରିବା ପାଇଁ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କ ଉତ୍ତର ଦାୟିତ୍ବ ରହିବାକୁ ପଡ଼ିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉଦଘାଟନୀ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ,କୋଟପାଡ଼ ବିଧାୟମାନେ ରୂପୁ ଭତ୍ରା,ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ,ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ,ସମେତ ଜିଲ୍ଳାର ସମସ୍ତ ପୌରପରିଶଦ, ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ ମାନେ ଉପସ୍ଥିତ ରହିଥିଲେ।

ଲକ୍ଷ୍ମୀପୁରବ୍ଳକ ଅଧ୍ୟକ୍ଷା ଶୁଆଇ କୁଲେସିକା,ଉପାଧ୍ୟକ୍ଷ ଆରତୀ କୁଲଦୀପ, କୁସୁମଗୁଡା ସରପଞ୍ଚ ଇନ୍ଦ୍ର ପାଞ୍ଜିଆ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ଝିନ୍ ହିକକା ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ୍ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଏବଂ ଲକ୍ଷ୍ମୀପୁର ବିଡିଓ ସବ୍ୟସାଚୀ ବେହେରା ଓ ବ୍ଲକ କର୍ମଚାରୀ ମାନେ ଯୋଗଦେଇ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦର୍ଶନୀ ମେଳା ଉଦଘାଟନ କରାଯାଇଥିଲା। ଏଥି ପୂର୍ବରୁ ସକାଳେ କୋରାପୁଟ ଗ୍ରାମଦେବୀ ନିଶାଣୀମୁଣ୍ଡା ଙ୍କ ନିକଟରେ ପୂଜାର୍ଚନା କରାଯାଇ ଥିଲା ।

Spread the love