ହଷ୍ଟେଲ ପାଚିକାଙ୍କ ପୁଅ ପାଇଲେ ଏନଆଇଟି◽ ଅଣ୍ଟାମୋଡାରେ ଖୁସିର ଲହରି 🔻 ପିତାମାତା, ମାର୍ଗଦର୍ଶକ ଓ ଶିକ୍ଷକଙ୍କୁ ଦେଲେ ସଫଳତାର ଶ୍ରେୟ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଅଣ୍ଟାମୋଡା ଆବାସିକ ଉଚ୍ଚ ବିଦ୍ୟାଳୟରେ ପାଚିକାଙ୍କ ପୁଅ ପାଇଲା ଏନଆଇଟି। ପ୍ରସିଦ୍ଧ ରାଉରକେଲାର ଏନଆଇଟିରେ ଚଳିତ ବର୍ଷ ମେକାନିକାଲ ଇଞ୍ଜିନିଅର ଭାବେ ନାମ ଲେଖାଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ଉଚ୍ଚ ବିଦ୍ୟାଳୟରେ ପାଚିକା ଭାବେ ନିଯୁକ୍ତ ନାର୍ଯ୍ୟମଣୀ ପୁଲାକା ଙ୍କ ପୁଅ ଜଳେଶ୍ୱର ପୁଲାକାଙ୍କ ପାଇଁ ଖୁସିର ଲହରୀ ଖେଳି ଯାଇଛି। ବାପା ନରସିଂହ ପୁଲାକା ଜଣେ କୃଷକ। ଜଳେଶ୍ୱର ଅଣ୍ଟାମୋଡା ଆଶ୍ରମ ବିଦ୍ୟାଳୟରେ ପାଠ ଆରମ୍ଭ କରିଥିଲେ। ପ୍ରଥମରୁ ପଞ୍ଚମ ପଢିବା ପରେ କୋଲନରା ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେଠାରେ ଦଶମ ଯାଏଁ ପଢିଥିଲେ। ଭଲ ପଢ଼ୁଥିବାରୁ ଭୁବନେଶ୍ୱରସ୍ଥ ଆଇକନିକ ଓଡିଶା ଆଦର୍ଶ ବିଦ୍ୟାଳୟରେ ତାଙ୍କୁ ପଢିବାକୁ ସୁଯୋଗ ମିଳିଥିଲା। ସେଠାରେ ଯୁକ୍ତ ଦୁଇ ବିଜ୍ଞାନ ସହ ଇଞ୍ଜିନିଅର ପାଇଁ ସ୍ଵତନ୍ତ୍ର କୋଚିଂ ନେଉଥିଲେ। ଶେଷରେ ରାଉରକେଲା ଏନଆଇଟିରେ ନାମ ଲେଖାଇଛନ୍ତି।

ଏଇ ସଫଳତା ପାଇଁ ନିଜର ପିତାମାତା, ମାର୍ଗଦର୍ଶକ ଏସ ରାମା ରାଓ, ଏସ ଜୁଲି, ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ, ଶିକ୍ଷୟତ୍ରୀ ସୁଦାଷ୍ଣା ନାୟକ, ଓଏଭି କୋଲନରା ଓ ଭୁବନେଶ୍ୱରର ସମସ୍ତ ଗୁରୁଜୀ ଗୁରୁମାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଗଭୀର ଭଗବାନ ବିଶ୍ୱାସୀ ଜଳେଶ୍ୱର ଇସ୍କନର ଜଣେ ପରମ ଅନୁଗାମୀ ଅଟନ୍ତି। କୋଲନରା ଓଏଭି, ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ, ସୁଦାଷ୍ଣା ନାୟକ ପ୍ରମୁଖ ଏହି ସଫଳତା ପାଇଁ ଜଳେଶ୍ୱରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love