କୋରାପୁଟ (ପ୍ରତିଫଳନ ମିଡ଼ିଆ)
ଗାଡ଼ି ଧକ୍କା ଦେଲା ବିଦ୍ୟୁତ୍ ପୋଳକୁ ଓ ଘରକୁ ।
ପାଚେରୀ କାନ୍ଥ ଭାଙ୍ଗିଲା । ଅଳ୍ପକେ ବର୍ତିଲେ ଘରେ ଥିବା ଲୋକେ ।
ପାଚେରୀ ଭାଙ୍ଗିଥିଲା ମଧ୍ୟ ଘରେ ଥିବା ଲୋକଙ୍କ କୌଣସି କ୍ଷତି ହୋଇନାହିଁ । ଜୟପୁର ରୁ କୋରାପୁଟ ଅଭିମୁଖେ ଆସୁଥିବା ମିନି ଟ୍ରକଟି ସର୍କିଟ ହାଉସ ନିକଟ ଗଡାଣି ନିକଟରେ ଗାଡ଼ି ର ବ୍ରେକ ଫେଲ ହୋଇଗଲା ।
ଦକ୍ଷତା ତାଲିମ କେନ୍ଦ୍ର ଛକ ନିକଟରେ ଘଟିଛି ଘଟଣା ।

ଜନଗହଳି ପୂର୍ଣ୍ଣ ଓ ବ୍ୟସ୍ତ ବହୁଳ ରାସ୍ତା ଟି ହୋଇଥିବାରୁ ଗାଡ଼ି ର ଚାଳକ କୌଶଳ କ୍ରମେ ବାମ ପଟ ରାସ୍ତା କଡକୁ ଗାଡିଟିକୁ ନେଇଯାଇଥିଲା । ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ପୋଲ ଧକ୍କା ଦେ଼ଇ ପାର୍ଶ୍ବରେ ଥିବା ସରକାରୀ ଘର ର ପାଚେରୀ କୁ ଧକ୍କା ଦେଇ ଅଟକି ଯାଇଥିଲା ।ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା । ଘଟଣା ସ୍ଥଳରେ ଥିବା ଲୋକେ ୨୬ ନମ୍ବର୍ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ କରାଇଥିଲେ ।ବିଦ୍ୟୁତ୍ ବିଭାଗ କୁ ଜଣାଇ ବିଦ୍ୟୁତ୍ ସରବରାହ ବନ୍ଦ କରିଥିଲେ । କୋରାପୁଟ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି ।
