ଗୁଣୁପୁର (ପ୍ରତିଫଳନ ମିଡ଼ିଆ )
ରାୟଗଡା ଜିଲ୍ଲା ଗୁଡାରି ରେ ତିନି ଜଣ ବଜ୍ରାଘାତର ଶିକାର ହୋଇଛନ୍ତି। ସେଥିରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରଜ ମଉଜରେ ବ୍ୟସ୍ତ ଥିବା ବେଳେ ଘଟିଛି ଅଘଟଣ। ଖୁସି ସବୁ ଚୁରମାର ହୋଇଯାଇଛି। ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବଜ୍ରଘାତରେ ଗୋଟିଏ ଝିଅ ଦୁଇଟି ମହିଳା ଶିକାର ହୋଇଛନ୍ତି। ଆଜି ଶେଷ ରଜ ଉପଲକ୍ଷେ ମିଲ ଡେପସାହି ର ପ୍ରାୟ ୪୦ ଜଣ ବଣଭୋଜି ର ଆୟୋଜନ କରିଥିଲେ। ବଣଭୋଜି ଶେଷ କରି ଆନନ୍ଦରେ ଘରକୁ ଫେରିବା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ବର୍ଜାଘାତ ହୋଇଥିଲା | ସୁନାଲି ଗୌଡ (୨୪ ବର୍ଷ) , ରୁପାଲି ଗୌଡ଼ (୨୧ ବର୍ଷ,) କାଜଲ ଗୌଡ଼ (୨୦ ବର୍ଷ) ବଜ୍ରାଘାତ ଶିକାର ହୋଇଛନ୍ତି। ଘଟଣା ପରେ ସେଠାକାର ଲୋକ ଏବଂ ସଂମ୍ପର୍କୀୟମାନେ ଚିକିତ୍ସା ପାଇଁ ତୁରନ୍ତ ଗୁଡାରି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପରେ ଅଧିକ ଚିକିତ୍ସା ପାଇଁ ଗୁଣପୁର ଅଣା ଯାଇଥିଲା | ସେଠାରେ ଡ଼ାକ୍ତର ଦୁଇ ଜଣ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି |