ଟ୍ରକକୁ ଧକ୍କା ଦେଲା ବାଇକ, ଦୁର୍ଘଟଣା ନେଲା ଦୁଇ ଜୀବନ

ଗୁଣପୁର (ପ୍ରତିଫଳନ ମିଡ଼ିଆ)

ରାୟଗଡା ଜିଲ୍ଲା ଗୁଣପୁର ଥାନା କଇଠ ପଦର ନିକଟ ମୁଖ୍ୟ ରାସ୍ତାରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ। ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ କୁ ଧକାଦେଲା ବାଇକ୍ । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ । ମୃତକ ଦୁଇ ଜଣ ହେଲେ ସିରଝୋଲି  ପଞ୍ଚାୟତ ବଡଆମ୍ବଗୁଡା ଗାଁ ର ତିରୁପତୀ ଶବର  ଓ ମଣ୍ଟୁ ଶବର ( 20 ) ।  ଆମ୍ବୁଲାନ୍ସ ଯୋଗେ ଗୁଣପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୁର୍ବରୁ ଉଭୟ ଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତରଖାନା ପକ୍ଷରୁ ଜଣାପଡିଛି ଘଟଣାସ୍ଥଳରେ ଗୁଣପୁର ପୋଲିସର ତଦନ୍ତ ଜାରି ରଖିଛି ।

Spread the love