କୋଟପାଡ଼ (ପ୍ରତିଫଳନ ମିଡ଼ିଆ )
କୋରାପୁଟ ଜିଲ୍ଲା କୋଟପାଡ଼ରେ ଅଭାବନୀୟ ଘଟଣା । ସାମାନ୍ୟ ଅନ୍ୟ ମନସ୍କତା ଯୋଗୁଁ ପୋଲ ତଳକୁ ଖସିଗଲା ବାଇକ୍ । ବାଇକ୍ ରୁ ଖସି ଉଡିଗଲା ଜଣକ ଜୀବନ । ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜୀବନ ସହ କରୁଛି ସଂଘର୍ଷ ।
ଭାଜିଗୁଡା ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ।ମୃତକ ହେଉଛନ୍ତି ଫୁପୁଗାଁର ନିଳାମ୍ବର ନାୟକ ଏବଂ ଆହତ ବ୍ୟକ୍ତି ହେଉଛନ୍ତି ଗୁଡ଼ୁ ଭତରା ବୋଲି ଜଣା ପଡିଛି।
ଉଭୟ ଗୋଟିଏ ବାଇକ୍ ଯୋଗେ ବୋବେୟା ଗ୍ରାମରୁ ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟନା । ଭାଜିଗୁଡ଼ା ମନ୍ଦିର ନିକଟରେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ । ଘଟଣା ସ୍ଥଳରେ ଜଣକର ମୃତ୍ୟୁ ବରଣ କରିଥିଲେ। ଠିକ୍ ଏହି ସମୟରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ବୋବେୟା ପଞ୍ଚାୟତର ବିକାଶ ମେଳା କାର୍ଯ୍ୟକ୍ରମ ଯୋଗ ଦେଇ ସେହି ରାସ୍ତା ଦେଇ ଫେରୁଥିବା ସମୟରେ ଦୁର୍ଘଟଣା ଗସ୍ତ ହୋଇ ପଡ଼ିଥିବା ଆହତଙ୍କୁ ଦେଖି ଗାଡିରୁ ଓଲ୍ଲାହି ଆହତଙ୍କୁ ଆମ୍ବୁଲାନ୍ସ ଡ଼କାଇ କୋଟପାଡ଼ ମେଡିକାଲରେ ପହଞ୍ଚାଇଥିଲେ, ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲ ଭୁରି ଭୁରି ପ୍ରଶଂସା କରାଯାଉଛି ଲ
ବସ ତଳେ ପଶିଗଲା ବାଇକ

ସେହିପରି ଆଉ ଏକ ଦୁର୍ଘଟଣାରେ ବସ ଚକା ତଳେ ପଶିଗଲା ବାଇକ। କୋଟପାଡ଼ ନିକଟ ସର୍ଗୀଗୁଡା ଛକ ନିକଟରେ ଭୟାନକ ସଡ଼କ ଦୁର୍ଘଟଣା। ବସ ର ସମ୍ମୁଖ ପଟ ଚକା ମଧ୍ୟରେ ପଶିଗଲା ବାଇକ । ବସ୍ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା। ବାଇକ ଚାଳକ ଗୁରୁତର ଆହତ । ଆହତ ବ୍ୟକ୍ତି ଜଣକ ବୋରିଗୁମ୍ମା ବ୍ଲକ କେରକେଣ୍ଡା ଗ୍ରାମର ସନପତି ଭତରା ବୋଲି ଜଣାପଡ଼ିଛି।ଦୁର୍ଘଟଣାରେ ଗୁରୁତର ଆହତଙ୍କୁ କୋଟପାଡ଼ ମେଡିକାଲରେ ଭର୍ତ୍ତି କରା ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଆହତ ବ୍ୟକ୍ତି କୁ ଜୟପୁର ସ୍ତିତ୍ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘରୋଇ ବସ୍ ଟି ଉମରକୋଟ ରୁ ଜଗଦଲପୁର ଅଭିମୁଖେ ଯାଉଥିବା ବେଳେ ଆହତ ବ୍ୟକ୍ତି ଜଣକ ନିଜ ଗ୍ରାମ କେରକେଣ୍ଡାରୁ ଚିତାଗାଁକୁ ଯାଉଥିଲେ । ବସ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।

