ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ )
ଚଳିତ ମାସ 11ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ର ବଟ୍ଟମ୍ ସିଟି ଠାରେ ଅନୁଷ୍ଠିତ ହେବାକୁ ଥିବା 16ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରେ ଗଞ୍ଜାମ ଜିଲ୍ଲାର ଦୁଇ ଜଣ ଆନ୍ତର୍ଜାତୀୟ ବିଚାରକ ଉମା ଚରଣ ଶତପଥୀ ଏବଂ ଜାତୀୟ ସ୍ବର୍ଣ୍ଣ ପଦକ ବିଜେତା S.ରାଜେଶ୍ ବାବୁ ଆଚାରି “Mr India” ଭାରତରୁ ବିଚାରକ ଭାବେ ପ୍ରତିନିଧିତ୍ୱ କରିବେ ।
ପୂର୍ବରୁ ଗଞ୍ଜାମ ଜିଲ୍ଲାର ପ୍ରଥମ ଆନ୍ତର୍ଜାତୀୟ ବିଚାରକ ସ୍ବର୍ଗତ ଗିରିଜା ଶଙ୍କର ନାୟକ ଭାରତରୁ ବିଚାରକ ଭାବେ ପ୍ରତିନିଧୂତ୍ବ କରୁଥିଲେ। ପରେ ପରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆନ୍ତର୍ଜାତୀୟ ବିଚାରକ B.ଭେନୁ ଗୋପାଳ ରାଓ 14 ଥର ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ରେ ବିଚାରକ ଭାବେ ପ୍ରତିନିଧୂତ୍ର କରିଥିଲେ। ଏବଂ ତାଙ୍କ ପରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଉମା ଚରଣ ଶତପଥୀ ଓ S.ରାଜେଶ୍ ବାବୁ ଆଚାରୀ ଦୁଇ ଜଣ ଆନ୍ତର୍ଜାତୀୟ ବିଚାରକ ଭାବେ ଭାରତରୁ ପ୍ରତିନିଧତ୍ର କରୁଛନ୍ତି।

ବର୍ତ୍ତମାନ ଏହି ଦୁଇ ଜଣ ଆସନ୍ତା ତା 9/11/2025 ରିଖ, ରବିବାର ଦିନ ବ୍ରହ୍ମପୁର ରୁ ଚେନ୍ନାଇ ଏବଂ ଚେନ୍ନାଇ ରୁ ସିଙ୍ଗାପୁର ଏବଂ ସିଙ୍ଗାପୁର ରୁ ଇଣ୍ଡୋନେସିଆ ର ବଟ୍ଟମ ସିଟି ଅଭିମୁଖେ ଯାତ୍ରା କରିବେ। ଏହି ପ୍ରତିଯୋଗିତା ରେ ସାରା ବିଶ୍ବ ରୁ ପ୍ରାୟ 52ଟି ଦେଶରୁ ପ୍ରାୟ 600ରୁ ଉର୍ଦ୍ଧ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାଗ ନେଉଥିବା ସୂଚନା ମିଳିଛି. ଗଞ୍ଜାମ ଜିଲ୍ଲା ଆମେଚର୍ ବଡି ବିଲଡିଂ ଏସୋସିଏସନ୍ ର ପୃଷ୍ଠପୋସକ ପ୍ରଦୀପ କୁମାର ଶତପଥୀ ଏବଂ ଏସୀୟ ବିଚାରକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତି।

