କୋରାପୁଟରୁ ଜଗଦଳପୁରକୁ କେବେ ଚାଲିବ ଟ୍ରେନ ? ଟ୍ରେନ ଚଳା ଚଳରେ ଅନିଶ୍ଚିତତା. ଦିନ ଘୁଞ୍ଚାଇ ଚାଲିଛି ରେଳ ବିଭାଗ.

ପ୍ରତିଫଳନ ମିଡ଼ିଆ

୫ଯୋଡ଼ା ଟ୍ରେନକୁ ବାତିଲ କରିଛି ରେଳ ବିଭାଗ

କୋରାପୁଟରୁ ଜଗଦଲପୁରକୁ ୨ତାରିଖରୁ ରେଳ ଚଳା ଚଳ ବନ୍ଦ ରହିଛି । ବିଶାଖାପାଟଣା,ରାଉରକେଲା, ହାୱଡା ,ଭୁବନେଶ୍ୱର ରୁ ଆସୁଥିବା ରେଳ ଗୁଡ଼ିକ କୋରାପୁଟ ପର୍ଯ୍ୟନ୍ତ ହିଁ ଚଳା ଚଳା କରୁଛି । ବିଶାଖାପାଟଣା ପାସିଞ୍ଜର, ରାତ୍ରୀ କାଳୀନ ଏକ୍ସପ୍ରେସ ,ହୀରାଖଣ୍ଡ , ରାଉରକେଲା ଓ ସମଲେଶ୍ୱରୀ ଏକସପ୍ରେସ ଟ୍ରେନ କୋରାପୁଟ ପର୍ଯ୍ୟନ୍ତ ଚଳା ଚଳ କରୁଛି ।ଫଳରେ ଯାତ୍ରୀମାନେ ଜୟପୁର ଓ ଜଗଦଲପୁର କୁ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ।

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜଗଦଲପୁରକୁ ଟ୍ରେନ ଚଳା ଚଳ କରିବ ନାହିଁ ବୋଲି ସୂଚନା ଜାରି କରିଛି ରେଳ ବିଭାଗ ।

ଜୁଲାଇ ୨ ତାରିଖ ଅପରାହ୍ନ ସମୟରେ ଜରଟି _ ମାଲିଗୁଡ଼ା ମଧ୍ୟରେ 208 କିମି ନିକଟରେ ପାହାଡ ଧସି ରେଳ ଧାରଣା ଉପରେ ମାଟି ପଡ଼ି ଯାଇଥିଲା ।ଯୁଦ୍ଧ କାଳୀନ ଭିତ୍ତିରେ ରେଳ ଧାରଣାରେ ମାଟି ସଫା କରାଗଲା । ପରେ କିରଣ୍ଡଲ ରୁ ଜଗଦଲପୁର ଦେଇ ବିଶାଖାପାଟଣାକୁ ମାଲ ବୋଝେଇ ଟ୍ରେନ ଗୁଡ଼ିକ ସ୍ବାଭାବିକ ଭାବେ ଚଳା ଚଳ କରୁଛି ।କିନ୍ତୁ ଯାତ୍ରୀ ବାହି ଟ୍ରେନ ଚଳା ଚଳକୁ ବନ୍ଦ ରଖିଛି ରେଳ ବିଭାଗ । ଆସନ୍ତା 12ତାରିଖ ପର୍ଯ୍ୟନ୍ତ ରେଳ ଚଳା ଚଳ ବନ୍ଦ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାରମ୍ବାର ଏହିଭଳି ତାରିଖ ଘୁଞ୍ଚାଇ ଚାଲିଥିବାରୁ ରେଳ ଚାଲିବା ନେଇ ରେଳ ବିଭାଗ ସୂଚନା ଉପରେ ଭରସା କରି ପାରିନାହାନ୍ତି ସାଧାରଣ ଲୋକେ ।

ପ୍ରଥମେ 3 ତାରିଖ ପରେ 5 ତାରିଖ ପରେ 8 ତାରିଖ ଏବେ 12 ତାରିଖ ପର୍ଯ୍ୟନ୍ତ ଜଗଦଳପୁର ଓ କିରଣ୍ଡଲ କୁ ଟ୍ରେନ ଚାଲିବ ନାହିଁ । ସମସ୍ତ ଟ୍ରେନ କୋରାପୁଟ ଷ୍ଟେସନ୍ ପର୍ଯ୍ୟନ୍ତ ଚଳା ଚଳ କରିବ ବୋଲି ରେଳ କତୃପକ୍ଷ ସୂଚନା ଜାରି କରିଛନ୍ତି ।


Spread the love