କୃଷ୍ଣଚନ୍ଦ୍ର ଗଜପତିଙ୍କ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପୌର ପ୍ରଶାସନ ନିକଟରେ ଦାବି ରଖିଲା ଉତ୍କଳ ସମ୍ମିଳନୀ

ପ୍ରତିଫଳନ ମିଡ଼ିଆ

ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ରୀକରଣ କରି ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣି କୃଷ୍ଣ ଚନ୍ଦ୍ର ଗଜପତିଙ୍କ ନୂତନ ଭାବେ ପୂର୍ଣ୍ଣାଙ୍ଗ ଦଣ୍ଡାୟମାନ ପୂର୍ବାଭିମୁଖୀ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ରାୟଗଡ଼ ଜିଲ୍ଲା ଉତ୍କଳ ସମ୍ମିଳନୀ ଦାବି କରିଛି । ଏଥିନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।ପ୍ରତିନିଧିଦଳ ରାୟଗଡ଼ ପୌରାଧ୍ୟକ୍ଷଙ୍କୁ ଭେଟି ପ୍ରତିମୂର୍ତ୍ତୀ ସ୍ଥାପନ କରିବାନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ରାୟଗଡ଼ ସହର ଗଜପତି ଛକ ଠାରେ ଥିବା ପୁରାତନ ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରି ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।ରାୟଗଡ ଜିଲ୍ଲା ଉତ୍କଳ ସମ୍ମିଳନୀ ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ସମେତ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ଡ:ପ୍ରସନ୍ନକୁମାର ଗନ୍ତାୟତ,କିଶୋରଚନ୍ଦ୍ର ପଣ୍ଡା,ବାବୁ ଦଳାଇ,ସୁନୀଲ କୁମାର ପଣ୍ଡା,ସୁନୀଲ କୁମାର କର,ବିନାୟକ କର,ଅରୁଣ କୁମାର ପାଣିଗ୍ରାହୀ, ଶିବ ପ୍ରସାଦ ମିଶ୍ର, କୈଳାଶ ରଥ,ମଙ୍ଗଳମୂର୍ତ୍ତି ବେଉରିଆ, ଲାବଣ୍ୟ ମୋହନ ପଟ୍ଟନାୟକ ପ୍ରମୁଖ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରତିମୂର୍ତ୍ତୀ ସ୍ଥାପନ କରିବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିନିଧି ଦଳକୁ ପୌରାଧ୍ୟକ୍ଷ ଓ ପୌର ନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଛନ୍ତି ବୋଲି ସଭାପତି ବ୍ରଜସୁନ୍ଦର ନାୟକ ସୂଚନା ଦେଇଛନ୍ତି

Spread the love