ରାୟଗଡ, ପ୍ରତିଫଳନ ମିଡ଼ିଆ
ଓଡ଼ିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ପରମ୍ପରାର ସବୁବେଳେ ସ୍ୱତନ୍ତ୍ର୍ୟ । ଏସବୁର ସମୃଦ୍ଧି ଘଟିଲେ ଓଡ଼ିଆ ଜାତିର ପ୍ରଗତି ହୋଇପାରିବ।ଏଣୁ ପ୍ରତ୍ୟେକେ ଓଡ଼ିଆ, ଭାଷାର ବ୍ୟବହାର ପ୍ରତି ଯତ୍ନବାନ ରହିବା ଆବଶ୍ୟକ ।ବିଶେଷ କରି ଓଡିଶା ବାହାରେ ରହିଯାଇଥିବା ଓଡ଼ିଆମାନଙ୍କ ମଧ୍ୟରେ ବର୍ଣ୍ଣବୋଧଭିତ୍ତିକ ଶିକ୍ଷା ପହଞ୍ଚାଇ ଓଡ଼ିଆ ଭାଷାର ବ୍ୟବହାର ହୋଇପାରିବ ସେଥିପ୍ରତି ପ୍ରତ୍ୟେକ ଓଡ଼ିଆ ପ୍ରୟାସ କରିବାକୁ ଉତ୍କଳ ସମ୍ମିଳନୀ ସାଧାରଣ ପରିଷଦ ବୈଠକରେ ଯୋଗଦେଇ ବରିଷ୍ଠ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ ।
ଉତ୍କଳ ସମ୍ମିଳନୀର ପୂର୍ବତନ ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର ଓ ଜୟପୁର ସାହିତ୍ୟ ପରିଷଦର ସଭାପତି ହରିହର କରସୁଧା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ଭାଷୀଙ୍କୁ ଏକାଠି କରିବା ପାଇଁ ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ଦେବଗଡ଼ ମହାରାଜା ବାସୁଦେବ ସୁଢୋଳ ଦେବ, ଉତ୍କଳ ଗୌରବ ମଧୁସୂଦନ ଦାସ ,ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ,ଜୟପୁର ମହାରାଜା ରାଜର୍ଷୀ ବିକ୍ରମ ଦେବ,ଖଲିକୋଟ ମହାରାଜା ରାମଚନ୍ଦ୍ର ଦେଓ ମର୍ଦ୍ଦରାଜ,ଗଞ୍ଜାମର ବିଶିଷ୍ଟ ଚିନ୍ତା ନାୟକ ଶଶି ଭୂଷଣ ରଥ ଭଳି ଅନେକ ମହାମନିଷୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଓଡ଼ିଆ ଭାଷା ଭାଷୀ ଓ ବିଛିନ୍ନାଞ୍ଚଳ ଓଡ଼ିଆଙ୍କୁ ଏକାଠି କରି ଓଡ଼ିଶା ପ୍ରଦେଶ ଗଠନରେ ସଫଳ ହୋଇଥିଲେ।ଓଡ଼ିଶା ପ୍ରଦେଶ ଗଠନ ଓ ଦେଶ ସ୍ଵାଧୀନତା ପରବର୍ତ୍ତୀ ସମୟରେ ସୁପ୍ତ ହୋଇପଡ଼ିଥିବା ଉତ୍କଳ ସମ୍ମିଳନୀକୁ ଜାଗୃତ କରିଥିଲେ ବିଶିଷ୍ଟ ଜନ ନାୟକ ହରିଶ୍ଚନ୍ଦ୍ର ବକ୍ସି ପାତ୍ର ,ବସନ୍ତ ପାଣିଗ୍ରାହୀଙ୍କ ଭଳି ଓଡ଼ିଆ ପ୍ରାଣମାନେ। ଓଡ଼ିଶା ବାହାରେ ରହିଥିବା ଓଡ଼ିଆମାନଙ୍କୁ ଓଡ଼ିଶାରେ ସାମିଲ କରିବାକୁ ଓଡ଼ିଆଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ ଓ ଦୃଢ଼ ଆନ୍ଦୋଳନ ଗଢି ତୋଳି ଥିଲେ।ହେଲେ ପଡୋଶୀ ରାଜ୍ୟ ସରକାରଙ୍କ ବିରୋଧ ଯୋଗୁଁ ଫେରିବା ସଫଳ ହୋଇପାରିଲା ନାହିଁ। ତେଲୁଗୁ ପ୍ରଭାବିତ ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷା ,ସାହିତ୍ୟ, ସଂସ୍କୃତିକୁ ଉଜ୍ଜୀବିତ ରଖିବାରେ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ବକ୍ସିପାତ୍ରଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମହାପାତ୍ର ଓ କରସୁଧା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।ଉତ୍କଳ ସମ୍ମିଳନୀର ଅତୀତ,ବର୍ତ୍ତମାନ୍ ସମ୍ପର୍କରେ ଆଲୋକପାତ କରିବା ସହ ପୋଥି ବାଇଗଣ ନ ହୋଇ ବାଡି ବାଇଗଣ ହେବାକୁ ପରାମର୍ଶ ଦେଇଥିଲେ ।ସୀମାନ୍ତ ଅଞ୍ଚଳରେ ରହୁଥିବା ଓଡ଼ିଆଙ୍କ ସାମଗ୍ରୀକ ବିକାଶ ଓଡ଼ିଆ ଭାଷାର ବହୁଳ ବ୍ୟବହାର ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ । ତାହାହେଲେ ଓଡ଼ିଆଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ବୋଲି ଆଶା ବ୍ୟକ୍ତ କହିଥିଲେ।ଉତ୍କଳ ସମ୍ମିଳନୀ ରାୟଗଡ ଶାଖା ସଭାପତି ବ୍ରଜ ସୁନ୍ଦର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଉପ ସଭାପତି କିଶୋର ପଣ୍ଡା ଅତିଥିମାନଙ୍କୁ ସ୍ଵାଗତ କରିଥିଲେ ।ରାଜ୍ୟ ପରିଷଦ ସଦସ୍ୟ କବି ସୁଶାନ୍ତ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ବିନାୟକ କର ବିବରଣୀ ପାଠ କରିଥିଲେ ।
ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା, କୋରାପୁଟ ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ମଦନ ମୋହନ ନାୟକ, ରାଜ୍ୟ ପରିଷଦ ସଦସ୍ୟ ଶିବ ପଟ୍ଟନାୟକ,ଗୁଣୁପୁର ଶାଖାର କାର୍ଯ୍ୟକାରୀ ସଭାପତି ଅକ୍ଷୟ ଦାସ, ମୁନିଗୁଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମୀନକେତନ ଷଡ଼ଙ୍ଗୀ, ପ୍ରମୁଖ ଉତ୍କଳ ସମ୍ମିଳନୀକୁ ସଶକ୍ତ କରିବା ପାଇଁ ମତ ରଖିଥିଲେ । ରାଜ୍ୟ ପରିଷଦ ସଦସ୍ୟ , ରାୟଗଡର ପୂର୍ବତନ ଉପନଗରପାଳ ଡ:ନିରଞ୍ଜନ ବକ୍ସିପାତ୍ର, ଆଇନଜୀବୀ ମଦନ ମୋହନ ପାଢ଼ୀ, ରାମନାଗୁଡ଼ାର ସଂଗଠକ ଗଗନ ଆଚାର୍ଯ୍ୟ, କର୍ମକର୍ତା ରଣଜିତ୍ ପାଢ଼ୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ । ରାୟଗଡ ସହର ସମେତ ଜିଲ୍ଲାର ବହୁ ଓଡ଼ିଆ ଭାଷା ପ୍ରେମୀ ସାହିତ୍ୟିକ, ବୁଦ୍ଧିଜୀବି, ସମାଜସେବୀ, ସାମ୍ବାଦିକ ଯୋଗଦେଇଥିଲେ । ଆଇନଜୀବୀ ଅରୁଣ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।


