ପ୍ରତିଫଳନ ମିଡ଼ିଆ
ଜଳିଗଲା ଗାଡ଼ି । ରେଳ ବାଇ ଓଭର ବ୍ରିଜ ତଳେ ଜଳିଗଲା ଟ୍ରକ୍ ଓ ପିକ ଅପ ଗାଡ଼ି । ଧୂଆଁ ମୟ ହୋଇଗଲା ଅଞ୍ଚଳ । ରାସ୍ତାରେ ଯାଉଥିବା ଯାତ୍ରୀ ହୋଇଗଲେ ଭୟଭୀତ । ରାସ୍ତାର ଉଭୟ ପଟ ଗାଡ଼ି ପଛରେ ଯାଉଥିବା ଯାତ୍ରୀ କିଛି ଜାଣିବା ପୂର୍ବରୁ ଗାଡ଼ି ଜଳି ଗଲା। ରାୟଗଡ଼ା ସହର ର ମା ମଝିଘରିଆଣୀ ମନ୍ଦିର ନିକଟ ଓଭର ବ୍ରିଜ ନିକଟରେ ଘଟିଛି ଦୁର୍ଘଟନା । ଓଭର ବ୍ରିଜ ତଳେ ମୁହଁମୁହିଁ ଗାଡି ଧକ୍କାରୁ ଏଭଳି ହୋଇଛି। କୋଇଲା ଭରି ଟ୍ରକ୍ ଓ ପିକ ଅପ ଗାଡ଼ି ଜଲିଗଲା। ପିକ ଅପ ସହ କୋଇଲା ବୋଝେଇ ଗାଡ଼ି ମଧ୍ୟରେ ମୁହଁ ମୁହିଁ ଧକାରୁ ଜିଲିଗଲା ୨ଟି ଗାଡ଼ି । ନିଆଁ ଲାଗି ଜଳି ଗଲା ଟ୍ରକ ଓ ପିକ ଅପ ଗାଡ଼ି ।ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ବାକୁ ଉଦ୍ୟମ କରୁଛି ।ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଛି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଗୁଡିକ ଅଟକି ରହିଛି।

