ରାୟଗଡା ( ପ୍ରତିଫଳନ ମିଡ଼ିଆ )
ରାୟଗଡ ଜିଲ୍ଲାର ଲଞ୍ଚୁଆ ଅଧିକାରୀଙ୍କ ଉପରେ ନଜର ରଖିଛି ଭିଜିଲାନ୍ସ । ଗୋଟାଏ ପରେ ଗୋଟାଏ ଅଧିକାରୀଙ୍କୁ ଧରିବାରେ ସଫଳ ହେଉଛି । ଜଙ୍ଗଲ ବିଭାଗ ଅଧିକାରୀଙ୍କ କେତେ ସମ୍ପତି ଠାବ କରିବାକୁ କାଶୀପୁରରେ ଭିଜିଲାନ୍ସ ଟିମ୍ । ତଦନ୍ତ ସରିବା ପରେ ସମ୍ପତି ପରିମାଣ ଜଣା ପଡ଼ିବ ବୋଲି ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି ।ଆୟ ଠାରୁ ଅଧିକ ସମ୍ପତି ଠୁଳ କରିଥିବା ଅଭିଯୋଗରେ ବନ ବିଭାଗ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ କାର୍ଯ୍ୟାଳୟ ସମେତ ୯ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ରାୟଗଡ଼ା ଜିଲ୍ଲା ବନ ଖଣ୍ଡ ଅଧୀନରେ ଥିବା କାଶୀପୁର ବନାଞ୍ଚଳରେ ବନିକରଣ ଓ ଜଙ୍ଗଲ ସୁରକ୍ଷା ନାମରେ ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ବାଟମାରଣା କରି ବେଆଇନ ଅର୍ଥ ଠୁଳ କରିଥିବା ଅଭିଯୋଗ ମିଳିବା ପରେ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଉପରେ ଭିଜିଲାନ୍ସ ଟିମ୍ ନଜର ରଖିଥିଲେ ।ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଜୟପୁରସ୍ଥ ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର 7 ଜଣ DSP, 7 ଜଣ ଇନ୍ସପେକ୍ଟର, 9 ଜଣ ASI ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଏବଂ ରାୟଗଡ଼ା ଜିଲ୍ଲାର ନଅ ଟି ସ୍ଥାନରେ ଏକକାଳୀନ ଘର ତଲାସୀ ଚଳାଇଛି ଭିଜି ଲାନସ। ନୟାଗଡ଼ କରଡାପଡାସ୍ଥ ଶାଶୁ ଘର ,କନ୍ଧମାଳରେ ସାହୁଙ୍କ ବାସ ଭବନ, ଦାରିଙ୍ଗବାଡିରେ ଅବସ୍ଥିତ କୋଠା, ଗଞ୍ଜାମରେ ଡୋମୁହାନିସ୍ଥ ତାଙ୍କ ସମ୍ପର୍କୀୟଙ୍କ ଘର,ସାହୁଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରାୟଗଡା ଜିଲ୍ଲା କାଶୀପୁରର ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ, ଆବାସିକ ସରକାରୀ କ୍ୱାର୍ଟର ଆଦିରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଅଧିକ ସନ୍ଧାନ ଜାରି ରହିଛି। ପରେ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ କହିଛି।

