ଭିଜିଲାନସ୍ ଜାଲରେ କେନ୍ଦୁଝର କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକ ।

କେନ୍ଦୁଝର (ପ୍ରତିଫଳନ ମିଡ଼ିଆ)

ରାଜ୍ୟରେ ଭିଜିଲାନସ ବିଭାଗ ବହୁତ ପ୍ରଭାବୀ ଢଙ୍ଗରେ କାମ କରୁଥିବା ଦୃଷ୍ଟି ଗୋଚର ହେଉଛି। କାହାରିକୁ ଛାଡ଼ୁ ନାହିଁ ଭିଜିଲାନସ। ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି IAS,OAS,OFS ସମସ୍ତ କ୍ୟାଡ଼ରର ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଧରୁଛି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ର କେନ୍ଦୁଲିଫ ଡ଼ିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକ ଭିଜିଲାନସ୍ ଫାଶରେ ପଡିଛନ୍ତି । ଡିଏଫଓଙ୍କ କେନ୍ଦୁଝର, ଅନୁଗୁଳ ଓ ନୟାଗଡ ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନସ୍ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ତଦନ୍ତ ପରେ ଜବତ ସମ୍ପତି ର ତଥ୍ୟ ଦିଆଯିବ ବୋଲି ଭିଜିଲାନସ୍ ପକ୍ଷରୁ ସୂଚନା ଦିଆଯାଇଛି । ଭିଜିଲାନସ୍ ବିଭାଗର ୩ଟି ଡିଏସପି,୧୦ ଜଣ ଇନ୍ସପେକ୍ଟର ସମେତ ଅଧିକାରୀ ମାନଂକୁ ନେଇ ଯାଞ୍ଚ ଚଳାଇଛି ଭିଜିଲାନସ୍

Spread the love