ଜୟପୁର ପ୍ରତିଫଳନ ମିଡ଼ିଆ
ମୋହନ ମାଝୀ ସରକାରଙ୍କ ଭିଜିଲାନସ୍ ବଡ ସକ୍ରିୟ। ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଖୋଜି ଖୋଜି ଧରୁଛି । ରାମଚନ୍ଦ୍ରଙ୍କ ଘରୁ ଜବତ କରିଛି କୋଟି କୋଟି ଟଙ୍କାର ନୋଟ , ସୁନା ଓ ସମ୍ପତି ।
ଫିଲ୍ମ ରେଏଡ ୨ର ରିପ୍ଲେ ଆଜି ଦେଖିବାକୁ ମିଳିଛି ଜୟପୁର ସହରରେ ।ଫିଲ୍ମର ନାୟକ ଯେପରି ଘର ଭିତରେ ରେଡ୍ କରି ଛନଭିନ କଲା ପରେ ସ୍ଵତନ୍ତ୍ର କଠୋରିରୁ ପୂଳା ପୁଳା ଟଙ୍କା ଓ ସୁନା ବାହାରିଲା ପରି ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଙ୍କ ଘରୁ ଅବିକଳ ସେହିଭଳି ଭାବରେ ଗୁପ୍ତରେ ଥିବା କୋଠରୀରୁ ଭିଜିଲାନସ୍ ଠାବ କରିଛି ବିପୁଳ ପରିମାଣର ଟଙ୍କା ଓ ସୁନା ।
ଜଙ୍ଗଲ ଅଧିକାରୀଙ୍କ ଘରେ ଭିଜିଲାନସ୍ ଚଢ଼ାଉ। ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଙ୍କ ଘରୁ ପ୍ରାୟ କେଜିରୁ ଅଧିକ ସୁନା ସହ କୋଟି କୋଟି ନଗଦ ଟଙ୍କା ଜବତ ।୧କୋଟି ୪୪ ଲକ୍ଷ ଟଙ୍କା ଓ ସୁନା ମିଶି ୩ଲକ୍ଷ ୫୦ହଜାର ଟଙ୍କାର ସମ୍ପତି ଜବତ କରିଛି ଭିଜିଲାନସ୍। ତଦନ୍ତ ଜାରି ରଖିଛି। ଆହୁରି ଅଧିକା ପରିମାଣର ସମ୍ପତି ଠାବ ହେବାର ସମ୍ଭାବନା ରହିଛି ।ଜୟପୁର ପିଆରପେଟା ସାହିରେ ଆପାରଟମେଣ୍ଟ ରେ ୨ଟି ଫ୍ଲାଟ୍ ରହିଛି । ଆପର୍ଟ ମେଣ୍ଟର ୫୧୦ ଓ ୫୧୧ ନମ୍ବର୍ ଦୁଇଟି ଫ୍ଲାଟ୍ ମଧ୍ୟରେ ପ୍ଲାଇଉଡ ରେ ଘରକୁ ଡିଜାଇନ୍ କରାଯାଇଛି ।ପ୍ଲାଇଉଡ ଆଲମୀରା ତିଆରି କରାଯାଇଛି । ତାରି ଭିତରେ ଗୁପ୍ତ ଭାବେ ଗୋଦରେଜ ଆଲମୀରା ରଖିବା ବ୍ୟବସ୍ଥା କରିଛନ୍ତି । ସେହି ଆଲମୀରା ଭିତରେ ରହିଥିଲା ରାମଚଂଦ୍ରଙ୍କ କଳା ସାମ୍ରାଜ୍ୟର ବେଆଇନ ସମ୍ପତି ।

ଗଦରେଜ ଆଲମିରା ଭିତରେ ସଜେଇ କରି ରଖିଛନ୍ତି ବିଡ଼ା ବିଡ଼ା ଟଙ୍କା ।୫୦୦ ଟଙ୍କିଆ ବିଡା ଓ ୨୦୦ ଟଙ୍କିଆ ନୋଟ୍ ବିଡ଼ା । ଏଇଟା କୌଣସି ମିନି ବ୍ୟାଙ୍କ ର ଆଲ ମୀରା ନୁହେଁ କି ସିନେମାର ଦୃଶ୍ୟ ନୁହେଁ। ଏ ଦୃଶ୍ୟ ହେଉଛି ଜଣେ ଦୁର୍ନୀତି ଗ୍ରସ୍ତ ଜଙ୍ଗଲ ଅଧିକାରୀ ରାମ ଚନ୍ଦ୍ର ନେପାକଙ୍କ ଘରେ ଥିବା ଆଲମିରା ର ଦୃଶ୍ୟ।ଏହାକୁ ଜବତ କରିଛି ଭିଜିଲାନସ୍ ।
ଜୟପୂର ବନଖଣ୍ଡର ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନେପକ,ଇନଚାର୍ଜ ରେଞ୍ଜର ଭାବେ ଦାୟିତ୍ବ ତୁଲାଉଥିଲେ । ଡିସେମ୍ବର ମାସରେ ଚାକିରୀରୁ ଅବସର ନେଇ ଥାନ୍ତେ । ସେଥିପାଇଁ ଘରକ ସଜେଇ ବାରେ ଲାଗି ପଡ଼ିଥିଲେ। ବିପୁଳ ପରିମାଣର ଆୟ ଠାରୁ ଅଧିକ ସମ୍ପତ୍ତି ରଖିଥିବା ଭିଜିଲାନସ୍ ହାତରେ ଲାଗିଥିଲା ସୂଚନା । ଧରା ପଡିଗଲେ ।ବିଡ଼ା ବିଡ଼ା ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ସହ ୪ଟି ସୁନା ବିସ୍କୁଟ,୨୬ ଗୋଟି ସୁନା କୟନ ଓ ସୁନାର ଅଳଙ୍କାର ମଧ୍ୟ ଜବତ କରିଛି । ପ୍ରାୟ ୧୦୦ ଗ୍ରାମ ଲେଖାଏଁ ଓଜନ ଥିବା ୪ଟି ସୁନା ବିସ୍କୁଟ ଓ ୧୬ ଟି ସୁନା କୟନ ସହ ସୁନାର ଚୁଡ଼ି,ହର,ମାଳି ଓ ଅନ୍ୟ ଗହଣାଗୁଡ଼ିକୁ ଜବତ କରିଛି ଭିଜିଲାନସ୍ ।

ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନସ୍ 6ଟି ସ୍ଥାନରେ ଚଢାଉ କରି ତଲାସି ଜାରି ରଖିଛି ।
6 ଜଣ ଡିଏସପି, 5 ଜଣ ଇନ୍ସପେକ୍ଟର, 9 ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢାଉ କରି ଘର ତଲାସ ଚଳାଇଛି ଭିଜିଲାନ୍ସ ।

