ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ)
ହାଇଟେକ୍ ହେଭେନ ଭୁବନେଶ୍ୱର, ଶୁକ୍ରବାର ଅପରାହ୍ନରେ ହାଇଟେକ୍ ହେଭେନ ଆପାର୍ଟମେଣ୍ଟର ଅନ୍ତେବାସିନୀମାନଙ୍କ ଦ୍ଵାରା ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ହାତରେ ତ୍ରିରଙ୍ଗା ଓ ଜୟ ଧ୍ବନିରେ ସେନା ବାହିନୀର ପରାକ୍ରମକୁ ସଲାମ ଦିଆଯାଇଥିଲା।

ପୁଲୱମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଆମ ଦେଶର ବୀର ସେନାନୀ ଅପରେସନ ସିନ୍ଦୁରରେ ଯେଉଁ ଅମିତ ପରାକ୍ରମ ପ୍ରଦର୍ଶନ କରିଥିଲେ ତାହାର ସ୍ମତିଚାରଣ କରି ଏଇ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।ଏହି ସିନ୍ଦୁର ଶୈର୍ଯ୍ୟ ଯାତ୍ରା ହାଇଟେକ୍ ଅଧିବାସୀ କଲ୍ୟାଣ ସମିତିର ଶୈଳସୂତା ମହିଳା ସଂଗଠନର ସଦସ୍ୟା ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ହାଇଟେକ୍ ହେଭେନ୍ ର ପରିବାରର ସଦସ୍ୟମାନେ ଯୋଗଦେଇ ପରିକ୍ରମା ସହ ଭାରତୀୟ ସେନା ବାହିନୀର ବୀରତ୍ବ ସମ୍ପର୍କରେ ଆଲୋଚନା କରିଥିଲେ ।