ଗାଁକୁ ପ୍ରବେଶ ମନା, ପ୍ରବେଶ ପଥ ସିଲ, ମୃତ୍ୟୁ ତାଣ୍ଡବ ରୋକିବା ଲାଗି ଗାଁ ଝାଙ୍କିରୀ ପୀଠରେ ଚାଲିଛି ପୂଜା

କୋରାପୁଟ ଜିଲ୍ଲା ନାରାୟଣପାଟଣାର ଗାଦବାଗୁଡା ଗାଁର ଘଟଣା

ନାରାୟଣପାଟଣା (ପ୍ରତିଫଳନ ମିଡ଼ିଆ )

 ଏବେ ଗାଁକୁ ପ୍ରବେଶ ମନା। କୋରାପୁଟ ଜିଲ୍ଲା ନାରାୟଣପାଟଣାର ଗାଦବାଗୁଡା ଗାଁରେ ଏମିତି ଅଘୋଷିତ କରଫ୍ୟୁ। ଗାଁ ପ୍ରବେଶ ପଥ ହୋଇଛି ସିଲ। କାଠ ଓ କଣ୍ଟା ବାଡ଼ରେ ଗାଁ ଲୋକ କରିଛନ୍ତି ସିଲ। ବାହାର ଲୋକଙ୍କ ଗାଁରେ ପଶିବା ମନା। ଗାଁ ଲୋକ ବାହାରକୁ ଯିବା ମନା। ଏହାର କାରଣ ବି ବଡ଼ ଅଜବ। ଗାଁର ବେଜୁଣୀ କହିଛି। ଝାଙ୍କିରୀ ଦେବୀ ଙ୍କୁ ସନ୍ତୁଷ୍ଟ କଲେ ସବୁକିଛି ସ୍ବାଭାବିକ ହେବ। ଗାଁରେ ଶାନ୍ତି ଫେରି ଆସିବ। ସେଥିପାଇଁ ଗାଁକୁ ପ୍ରବେଶ ମନା। କଥା ହେଉଛି ଗତକିଛି ଦିନ ହେଲା ଗାଁ ରେ ଅକାଳ ମୃତ୍ୟୁ ତାଣ୍ଡବ ଯୋଗୁଁ ଗୋଟିଏ ପରେ ଗୋଟିଏ ଗାଁ ଲୋକ ଆଖି ବୁଝିବା ପରେ ଗ୍ରାମ ରେ ଭାଳେଣି ଓ ମୃତ୍ୟୁର ଆତଙ୍କ ରୁ ବଂଚିତ ହେବା ପାଇଁ ଗ୍ରାମ ଦେବୀ ଙ୍କୁ ସନ୍ତୁଷ୍ଟ କରିବାକୁ ହେବ।  ଗ୍ରାମର ଝାଙ୍କିରୀ ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରି ଶାନ୍ତି ପୁଜା ପାଠ କଲେ ମୃତ୍ୟୁ ର ତାଣ୍ଡବ ରୁ ବଂଚିତ ହେବେ ବୋଲି ଗ୍ରାମବାସୀ ଝାଙ୍କିରୀ ଦେବତା ଙ୍କୁ ପୂଜା କରିଛନ୍ତି ।

ଏ ଘଟଣା ନାରାୟଣପାଟଣା ସଦର ଗାଦବାଗୁଡା ଗାଁ ରେ ଘଟଛି ।ଚଳିତ ବର୍ଷ ଗାଁ ରେ ଗୋଟେ ପରେ ଗୋଟେ ଆଠଟି ଜୀବନ ଯାଇଛି ।କିଏ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛି ,ତ ଆଉ କିଏ ରୋଗରେ ପଡି । ମୃତ୍ୟୁର ଲମ୍ବା ଲାଇନ୍ ଗାଁ ରେ ହେବାରୁ ଗାଁ ଇଷ୍ଟ ଦେବୀ ରାଗିଛନ୍ତି।ସେ କୈଣସି କାରଣରୁ ଗାଁ ଛାଡି ଚାଲିଯାଇଛନ୍ତି।ତେଣୁ ସେ ଅଶାନ୍ତ ରେ ଥିବାରୁ ଗାଁ ରେ ଅଶାନ୍ତିର ବାତାବରଣ ହେଇଛି ।ଗୋଟେ ପରେ ଗୋଟେ ଗାଁ ର ଲୋକେ ଆଖି ବୁଝୁଛନ୍ତି। ମାଁ ଝାଙ୍କିରୀଙ୍କୁ ପୁଣି ପୁଜା ପାଠ କରି ଗାଁ କୁ ଫେରେଇ ଆଣିବାକୁ ଗାଁ ଲୋକେ ନିଷ୍ପତି ନେଇଥିଲେ । ମାଁ ସନ୍ତୁଷ୍ଟ ହେଲେ ଗାଁ ଶାନ୍ତି ହେବ । ଏଥିପାଇଁ ଚଳିତ ସପ୍ତାହରେ ଗାଁ ରେ ବୈଠକ ବସିଲା । ପ୍ରତ୍ୟେକ ଘରେ ଚାନ୍ଦା ଉଠାଇ ବେଜୁଣି ଜରିଆରେ ଆଦିବାସୀ ପରମ୍ପରା ରୀତିକାନ୍ତି ରେ ବାଜା ମହୁରୀ ଫୁଲଦୀପ ଚନ୍ଦନ ରେ ଗାଁ ଛାଡି ଚାଲିଯାଇଥିବା ଝାଙ୍କିରୀ ମାଁ ଙ୍କୁ ଆରାଧନା କରାଯାଇ ଗାଁ କୁ ଅଣାଗଲା । ଭୋଜିଭାତ ଆୟୋଜନ କରାଯାଇ  ଝାଙ୍କିରି ଦେବତା ଙ୍କୁ ସଙ୍କୀର୍ତ୍ତନ ପୁଜା ପାଠ କରି ସନ୍ତୁଷ୍ଟ କରାଗଲା ।ବିଦ୍ଧି ଓ ପରମ୍ପରା ଅନୁସାରେ ଆଠ ଦିନ ଯାଏଁ ନା କେହି ଗାଁ ବାହାରକୁ ଯିବେ ନା କେହି ଗାଁ କୁ ପ୍ରବେଶ କରିବେ ।ଏହା ଅବହେଳା ହେଲେ ବିଭ୍ରାନ୍ତ ହେଲେ ଝାଙ୍କିରି ଦେବତା ରାଗିବେ । ଅସନ୍ତୋଷ ହୋଇ ପୁଣି ଗାଁ ଛାଡି ଚାଲିଯିବେ ।ତେଣୁ ପ୍ରବେଶ ପଥରେ ବାଉଁଶ ବାଡ କରି ଏକ ଲେଖା ଜରିଆରେ ସଚେତନ ଓ ସତର୍କ କରିଛନ୍ତି ଗାଁ ଲୋକେ ।ଏ କଥା ପୁର୍ବ ପୁରୁଷ ଧରି ପରମ୍ପରା ରହି ଆସିଛି ।ଏହା ଆଦିବାସୀ ପ୍ରଥା ।ଯିଏ ଯାହା ବୁଝିଲା ।ଆମେ ଆଦିବାସୀ,ଆମେ ଆମ ପରମ୍ପରା ଛାଡିପାରିବୁ ନାହୁଁ ବୋଲି କହିଛନ୍ତି ଗ୍ରାମବାସୀ।ତେବେ ବୈଜ୍ଞାନିକ ଯୁଗରେ ସଚେତନ କରାଯାଉଥିବା ବେଳେ ଏଭଳି ଅନ୍ଧବିଶ୍ୱାସ ଆଜି ଆଦିବାସୀଙ୍କ ବହୁଳ ଅଂଚଳ ବଜାୟ ରହିଛି।

ଅନ୍ଧବିଶ୍ୱାସ ରୋକିବା ପାଇଁ ସଚେତନ କରୁଛନ୍ତି ସରକାର। କୋଉଠି ସଫଳ ହେଉଛି ତ କେଉଁଠି ବିଫଳ ।ଚଳିତ ବର୍ଷ ଗୋଟିଏ ଜାତିରେ ପ୍ରେମ ବିବାହ କୁ ନେଇ ଆଦିବାସୀ ପ୍ରେମୀ ଯୁଗଳ ଙ୍କୁ ବେକରେ ଶିକୁଳୀ ପଘା ପକେଇ  ହଳ କରିବା ଘଟଣା ରାଜ୍ୟ ରେ ଚହଳ ସୃଷ୍ଟି କରିଥିଲା । କିନ୍ତୁ ସେତେବେଳେ ର ଘଟଣା ଲୋକେ ଭୁଲି ପାରିନଥିବା ବେଳେ ଏବେ ପୁଣି ନାରାୟଣପାଟଣା ବ୍ଲକ ରେ ଆଉ ଏକ ଅନ୍ଧବିଶ୍ୱାସ ଘଟଣା  ଦେଖିବାକୁ ମିଳିଛି । ତେବେ ବର୍ଷ ବର୍ଷ ଧରି ଏଇ ବିଶ୍ୱାସରେ ଜିଇଁ ଆସିଛି ଆଦିବାସୀ। ଏହା ସେମାନଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର ପ୍ରତୀକ ବୋଲି କହିଛନ୍ତି କିଛି ଜନଜାତି ଗବେଷକ।

Spread the love