ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସାତଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ )

ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ଅଭିଯୋଗ , ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ 7ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି
ଗଞ୍ଜାମ ଜିଲ୍ଲାର ୬ଟି ଓ ପୁରୀ ରେ ଗୋଟାଏ ସ୍ଥାନରେ ତଲାସୀ କରୁଛି ଭିଜିଲାନସ୍।

ଗଞ୍ଜାମର ସହକାରୀ ଯନ୍ତ୍ରୀ ସୁସିଲ କୁମାର ପଣ୍ଡା। ଚାକିରୀ କାଳ ସମୟରେ ଆୟ ଠାରୁ ଅଧିକ ସଂପତ୍ତି ରଖିଥିବା ଅଭିଯୋଗରେ ଭିଜିଲାନସ୍ ପକ୍ଷରୁ ୭ଟି ସ୍ଥାନରେ ଚଢାଉ କରି ତଲାସି ଜାରି ରଖିଛି । ବ୍ରହ୍ମପୁର ଭିଜିଲାନ୍ସକୋର୍ଟ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା 6 ଜଣ ଡିଏସପି, 7 ​​ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ତାଙ୍କ ଘର ଓ ସମ୍ପର୍କୀୟ ଙ୍କ7ଟି ସ୍ଥାନରେ ଏକକାଳୀନ ତଲାସ କରୁଛି। ସେ ଗଞ୍ଜାମ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁସିଲ କୁମାର ପଣ୍ଡା ଙ୍କ ବିରୋଧରେ ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ଆରମ୍ଭ କରିଛି ।

ବ୍ରହ୍ମପୁରର ରାମ ହରି ନଗର ରେ ଥିବା ତିନି ମହଲା କୋଠା ଆଙ୍କୁଲିର ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ଫ୍ଲାଟ୍ ନମ୍ବର ୨୦୫, ଆଙ୍କୁଲିରେ ତାଙ୍କ ଭାଇଙ୍କ ନାମରେ ଆଉ ଏକ ଫ୍ଲାଟ୍, ଗଞ୍ଜାମର କବିସୂର୍ଯ୍ୟ ନଗରର ଗୁଡାଲି ଗ୍ରାମରେ ଥିବା ତାଙ୍କ ପୈତୃକ ଘର,ଗଞ୍ଜାମର ପୁରୁଷୋତ୍ତମପୁର ବେଢାରେ ଥିବା ତାଙ୍କ ଶ୍ୱଶୁର ଘର ,ପୁରୀର ଚୁଡଙ୍ଗା ସାହିରେ ଥିବା ଫ୍ଲାଟ ସମେତ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ରେ ଭିଜିଲାନସ୍ ପକ୍ଷରୁ ତଲାସୀ ଜାରି ରହିଛି । ତଲାସୀ ପରେ କେତେ ସମ୍ପତି ଠାବ ହୋଇଛି ଜଣା ପଡ଼ିବ ବୋଲି ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି ।

Spread the love