ପ୍ରତିଫଳନ ମିଡ଼ିଆ
ଛିଣ୍ଡିଲା ବିଦ୍ୟୁତ ତାର। ଅଧା ବାଟରେ ଅଟକି ରହିଛି ପାସେଞ୍ଜର ଟ୍ରେନ ।କେକେ ରେଳ ପଥରେ ଗାଡ଼ି ଚଳା ଚାଲ ଠପ୍ ।ଟ୍ରେନ ଚାଲୁଥିଲା ହଠାତ୍ ଅଟକି ଗଲା ମାଝୀ ରାସ୍ତାରେ । ଆଗକୁ ଗଡିଲା ନାହିଁ । ଯାତ୍ରୀମାନେ ଛାନିଆ ହୋଇଗଲେ । ଟ୍ରେନଟି ଅଚଳ ହୋଇପଡ଼ିଲା ।ଫଳରେ ଟ୍ରେନ ଚାଳକ ହ ତବାକ ହୋଇପଡିଲେ ।

ଦେଖିଲା ବେଳକୁ ଜଣା ପଡ଼ିଲା ଓଭର ହେଡ୍ ବିଦ୍ୟୁତ୍ ଇକ୍ୟୁପ ମେଣ୍ଟ ତାର ଛିଡି ଯାଇଛି । ତଳେ ଛିଣ୍ଡି ପଡ଼ିଯାଇଛି ବିଦ୍ୟୁତ୍ ତାର ରୁ ଟ୍ରେନ କୁ ସୁଯୋଗ କରୁଥିବା ପ୍ଲେଣ୍ଟର ।

ପ୍ଲେଣ୍ଟରଟି ଛିଡ଼ିଯିବ କାରଣରୁ ରେଳ ଇଞ୍ଜିନ କୁ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଗଲା । ହଠାତ ଅଧ ବାଟରେ ଅଟକି ଗଲା ଯାତ୍ରୀ ବାହି ଟ୍ରେନ ।
ଭେଜ- ମାଛକୁଣ୍ଡ ଷ୍ଟେସନ୍ ମଧ୍ୟରେ ଥୁବା ଗ୍ରାମ ନିକଟରେ ଅଟକି ରହିଛି ଟ୍ରେନ । ବିଶାଖା ପାଟଣା ରୁ କିରୁଣ୍ଡୁଲ୍ ଅଭିମୁଖେ ଯାଉଥିଲା 1VK ଯାତ୍ରୀ ବାହି ପାସିଞ୍ଜର ଟ୍ରେନ । ଦିନ ପ୍ରାୟ 12 ଟାରୁ ଅଟକି ରହିଛି ।କୋରାପୁଟ ରୁ ସ୍ବତନ୍ତ୍ର ଡିଜେଲ ଇଞ୍ଜିନ ଘଟଣା ସ୍ଥଳକୁ ଯାଇଛି। ବିଷେଶଜ୍ଞ ଟିମ ଯାଇଛନ୍ତି । ଡିଜେଲ ଇଞ୍ଜିନ ଦ୍ଵାରା ଅଟକି ରହିଥିବା ଟ୍ରେନ ଟିକୁ ମାଛକୁଣ୍ଡ ଷ୍ଟେସନ୍ ପର୍ଯ୍ୟନ୍ତ ଟାଣିକି ଅଣାଯିବ । ତାର ଛିଡ଼ିବା ସ୍ଥାନରେ ସଜାଡ଼ିବା ପରେ ଟ୍ରେନ ଚଳା ଚଳ ସ୍ବାଭାବିକ ହେବ ବୋଲି ରେଳ ବିଭାଗ କର୍ତୃପକ୍ଷ ସୂଚନା ଦେଇଛନ୍ତି।


