ବିକଳ୍ପ ସଂଗଠନର ସଚେତନତା କାର୍ଯ୍ୟକ୍ରମ “ମୁଁ ବି କମ୍ ନୁହେଁ”

ରାୟଗଡ଼ା(ପ୍ରତିଫଳନ ମିଡ଼ିଆ )

‘ବିକଳ୍ପ’ ଆମ ମାଟି ଆମ ସଂକଳ୍ପ ସଂଗଠନ, ରାୟଗଡ଼ ର ଉଦ୍ୟମରେ ସଦର ବ୍ଳକ ଜପାଖାଲ ଗ୍ରାମର ୧୧୫ ଜଣ ମହିଳାମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ମୁଁ ବି କମ୍ ନୁହେଁ’ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ୧୦୫ ଜଣ ମହିଳା,କିଛି ପୁରୁଷ ଓ ଛାତ୍ରଛାତ୍ରୀ ଭାଗ ନେଇଥିଲେ।  ସଂଗଠନର ବରିଷ୍ଠ ସଦସ୍ୟ କୁମୁଦ କାନ୍ତ ସାମନ୍ତରାୟ କାର୍ଯ୍ୟକ୍ରମ କୁପରିଚାଳନା କରିଥିଲେ। ସଭାପତି  ଡ଼ଃ.ଦୁଷ୍ମନ୍ତ କୁମାର ମହାନ୍ତି ନିଜ ବକ୍ତବ୍ୟରେ  ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଏକ ସୁସ୍ଥ, ସମୃଦ୍ଧ ତଥା ସୁନ୍ଦର ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଉପରେ ମାର୍ଗଦର୍ଶନ ଦେଇଥିଲେ।  ସଙ୍ଗଠନର  ସଦସ୍ୟା ତଥା ଅଧ୍ୟାପିକା ସଂଯୁକ୍ତା ପାଙ୍ଗି ସ୍ଥନୀୟ କୁଇ ଭାଷାରେ ମହିଳାମାନଙ୍କୁ  ଦୈନନ୍ଦିନ ଜୀବନର ଦିନଚର୍ଯ୍ୟା, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଶିକ୍ଷାର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ ।  ସଂଗଠର ସଦସ୍ୟ ସଦସ୍ୟା,  ଡ଼ଃ.ଅର୍ଚ୍ଚନା ପଟ୍ଟନାୟକ, କୃଷ୍ଣ ପ୍ରୀୟା ସାହାଣୀ,ଶଶିଭୂଷଣ  ପଟ୍ଟନାୟକ,  ବୀର ବାବୁ, ଗୌରୀ ଶଙ୍କର ରାଓ , ରଘୁନାଥ ଭୁଇ , ସତୀଶ କୁମାର, ରୌମ୍ୟା ରଞ୍ଜନ ସାହୁ ଆଦି ମହିଳାମାନଙ୍କୁ ଶିକ୍ଷିତା ଏବଂ ସ୍ଵାବଲମ୍ବୀ ହେବାପାଇଁ ନିଜ ନିଜ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ମହିଳାମାନଙ୍କୁ ସମ୍ମାନିତ କରିବାକୁ ଯାଇ ସଂଗଠନ ତରଫରୁ ୧୦୫ ଜଣ ମହିଳା ମାନଙ୍କୁ ଶାଢ଼ୀ ବଣ୍ଟନ କରାଯାଇଥିଲା । ସଂଗଠର ସମ୍ପାଦକ ଜଗଦୀଶ ଚନ୍ଦ୍ର ଦୋରା ଛୋଟ ଛୋଟ ପିଲାଙ୍କୁ ନେଇ ଆସ ଆମେ ରଙ୍ଗ ଦେବା, ସୃଜନୀ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ଏବଂ ଉତ୍ତମ ପ୍ରଦର୍ଶନ କରିଥିବା ପାଞ୍ଚ ଜଣ ପିଲାଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। 

             ଶେଷରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ତଥା ଗ୍ରାମବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।  ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଜଗଦୀଶ ଚନ୍ଦ୍ର ଦୋରା ପରିଚାଳନା କରି ଥିବା  ବେଳେ ସମସ୍ତ ଗ୍ରାମବାସୀ ତଥା ଗ୍ରାମର ଯୁବକ ରାଜୀବ ହୁଇକା ଏବଂ ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ। ଶେଷରେ ସଦସ୍ୟା ସଂଯୁକ୍ତା ପାଙ୍ଗି  ଧନ୍ୟବାଦ ଅର୍ପଣ କରିଥିଲେ |

Spread the love