ଗୁଣପୁର (ପ୍ରତିଫଳନ ମିଡ଼ିଆ)
ଜଙ୍ଗଲ ସଫା ହେଉଛି । କାଠ ମାଫିଆ ସକ୍ରିୟ ଅଛନ୍ତି । ପୋଡୁ ଚାଷ ନାମରେ ଜଙ୍ଗଲ ପୋଡି ଦେଉଛନ୍ତି । ଜଙ୍ଗଲର କାଠ ଗୁଡ଼ିକୁ ସାଇଜ କରି କଟା ଯାଉଛି । କାଠ ଗୁଡ଼ିକୁ କାଟି ( ଦୁଲା )ବିମ୍ ବା ପଟା କରି ଚୋରାରେ ବହୁ ଦାମରେ ବିକ୍ରୟ କରୁଛନ୍ତି କାଠ ମାଫିଆ । ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ କାଠ ମାଫିଆ ସକ୍ରିୟ ହେଉଛନ୍ତି । ବିଳମ୍ବରେ ହେଲେ ମଧ୍ୟ କାଠ ମାଫିଆ କୁ ଧରିବାରେ ବନ୍ ବିଭାଗ ସଫଳ ହୋଇଛି ।ଆନ୍ଧ୍ର ରୁ ଆଣି ଓଡ଼ିଶା ବାଟ ଦେଇ ଆନ୍ଧ୍ର କୁ ଚୋରା ଚାଲାଣ କରିବା ବେଳେ ଓଡ଼ିଶା ବନ ବିଭାଗ ହାତରେ ଧରା ପଡ଼ିଛି ପଡ଼ିଲା କାଠ ମାଫିଆ ।
ମୂଲ୍ୟବାନ କାଠ ଚୋରା ଚାଲାଣ କରୁଥିବା ବେଳେ ଆନ୍ଧ୍ର – ଓଡିଶା ସୀମାନ୍ତ ଗଠଳପଦର ନିକଟ ରେ ରେ ଧରିଲେ ବନ ବିଭାଗ କର୍ମଚାରୀ | ମାକ୍ସ ପିକଅପ ସହ ୮୦ ସିଏଫଟି ଶାଗୁଆନ କାଠ ଗଣ୍ଡି ଜବତ ଓ ଜଣେ ଗିରଫ । ଜବତ ଶାଗୁଆନ କାଠ ର ଆନୁମାନିକ ମୁଲ୍ୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଆନ୍ଧ୍ରର ମାନ୍ୟମ ଜିଲ୍ଲାର ନିଳକଣ୍ଠ ପୁର ଥାନା ଅଞ୍ଚଳର ସଞ୍ଜୁବାଇ ଗାଁର ବିଡିକା ବିଜୟ କୁମାର। ଆନ୍ଧ୍ର ରୁ ଓଡିଶା ଦେଇ ପୁଣି ଆନ୍ଧ୍ର କୁ ଫେରୁଥିବା ବେଳେ ବନ ବିଭାଗ ମାଡି ବସିଥିଲା | ଗତ କାଲି ରାତ୍ରି ସମୟରେ ମାକ୍ସ ପିକଅପ ଭ୍ଯାନ ଯୋଗେ ଶାଗୁଆନ କାଠ ଚୋରାଚାଲାଣ ହୋଇ ଆନ୍ଧ୍ର ରୁ ଓଡିଶା ଦେଇ ଆନ୍ଧ୍ରର କତୁରୁକୁ ଯାଉଥିଲା | ବିଶ୍ବସ୍ଥ ସୂତ୍ର ରୁ ସୂଚନା ପାଇ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂଗ କଡା କଡ଼ି କରିଥିଲା ।ଯୋଜନା ମୁତାବକ ଜାଲ ରେ ଫସିଥିଲା କାଠ ମାଫିଆ । ଖସିଯିବାକୁ ଉଦ୍ୟମ କରିବା ବେଳେ ଗୋଡେଇ ଗୋଡେଇ ଧରିଥିଲା କାଠ ବୋଝେଇ ଗାଡ଼ିକୁ |