ଆଦିବାସୀଙ୍କ ସୁରକ୍ଷା,ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବାକୁ ଦାବି,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନ

ପ୍ରତିଫଳନ ମିଡ଼ିଆ

ଓଡିଶା ଆଦିବାସୀ ମଞ୍ଚ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ

ମଞ୍ଚ ଉପରେ କେହି ଅତିଥି ବସିନଥିଲେ । ହେଲେ ଆଦିବାସୀ ଭାଷା ସଂସ୍କୃତିର ସୁରକ୍ଷା ,ପରମ୍ପରା ଉପରେ ପ୍ରଚାର ପ୍ରସାର କରାଇବା ନେଇ ଜଣକ ପରେ ଜଣେ ବକ୍ତା ଉଦବୋଧନ ଦେଇଥିଲେ । ଆଦିବାସୀ ସମାଜରେ ଛୋଟ ବଡ଼ର ସ୍ଥାନ ନାହିଁ ,ଆଦିବାସୀ ସମ୍ପ୍ରଦାୟ ହିଁ ଶ୍ରେଷ୍ଠ ବୋଲି ଦର୍ଶାଇବାକୁ ଏଭଳି ଆୟୋଜନ କରିବାର ଉଦ୍ଦେଶ୍ୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀ ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଛି । ରାୟଗଡ ଜିଲ୍ଲା ଗୁଣୁପୁର ଟାଉନ ହଲ ଠାରେ ଓଡିଶା ଆଦିବାସୀ ମଞ୍ଚ ତରଫରୁ ସାହସୀ ଆଦିବାସୀ ମହିଳା ନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ବିଶ୍ଵ ଆଦିବାସୀ ଦିବସ ନିଆରା ଢଙ୍ଗରେ ପାଳନ କରାଯାଇଛି । ଆଦିବାସୀ ସମ୍ପ୍ରଦାୟରେ ଛୋଟ, ବଡ଼ ବାଛ ବିଚାର ନଥାଏ।ପ୍ରତ୍ୟକ ଆଦିବାସୀ ଜଣେ ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ଵ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।ଆଦିବାସୀଙ୍କ ସାମାଜିକ ଓ ଶିକ୍ଷା କ୍ଷେତ୍ରର ଉନ୍ନତି ସକାଶେ ଶ୍ରୀମତୀ ବିଦୁଲତା ହୁଇକା ଅନନ୍ୟ ଅବଦାନ ରହିଛି ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ନିଜ ବକ୍ତବ୍ୟରେ ଆଦିବାସୀଙ୍କ ଜୀବନଯାପନ ଶୈଳୀ ଉପରେ ଆଲୋକପାତ କରିବା ସହ ସେମାନଙ୍କର ବିଲୁପ୍ତ ହେବାକୁ ଥିବା ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବାକୁ ଗୁରୁତ୍ଵାରୋପ କରିଥିଲେ ଶ୍ରୀମତୀ ହୁଇକା । ଆଦିବାସୀକୁଳ ସମାଜରେ ବସବାସ କରୁଥିବା ସମସ୍ତ ଧର୍ମ ତଥା ସମ୍ପ୍ରଦାୟକୁ ସମ୍ମାନ ଦେବାକୁ ଆହ୍ବାନ ଦେଇଥିଲେ। ଜନଜାତି ବର୍ଗ ପ୍ରତିଦ୍ବନ୍ଦିତା ମୂଳକ ସମାଜରେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି । ସକ୍ଷମ ଓ ସଚେତନ ଜନଜାତି ଭାଇ ଭଉଣୀ ମାନେ ପଛୁଆ ହୋଇ ରହିଥିବା ଜନଜାତି ଲୋକଙ୍କୁ ଶିକ୍ଷିତ କରାଇ ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ବିଦୁଲତା ହୁଇକା କହିଥିଲେ ।

ସମାବେଶରେ ବିଭିନ୍ନ ବ୍ଳକରୁ ଯୋଗଦେଇଥିବା ଆଦିବାସୀ ନେତା , ବୁଦ୍ଧିଜିବୀ ଓ ସମାଜସେବୀ ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ସହ ସଫଳତା ହାସଲ ସଂପର୍କରେ କହିଥିଲେ ।
ଏହି ଅବସରରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ନେଇ କୁନି କଳାକାର ମାନେ ଚିତାକର୍ଶକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଦ୍ଧିଜୀବୀ , ସମାଜସେବୀଙ୍କୁ ମଞ୍ଚ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଡ: ବାଦଲ ତା, ଆଦିବାସି ନେତ୍ରୀ ସେଲେନି ଶବର,ଓଡ଼ିଶା ବିକଳାଙ୍ଗ ମଞ୍ଚ ସଭାପତି ରାକେଶ ହିମରିକା, ଇସମାଇଲ ଶବର,ଜଳନ୍ଧର ବାଛେଲି, ଗୁଣୁପୁର ଓକିଲ ସଂଘର ସଭାପତି ଗୌରୀ ଶଙ୍କର ଦାସ,ପ୍ରେସ କ୍ଲବ ସଭାପତି ଯୋଗେଶ ଦାସ ,ରାୟଗଡ଼ ନାଗରିକ ମଞ୍ଚର ଆବାହକ ଅଜୟ ରଥ ସମେତ ବହୁ ଅନୁଷ୍ଠାନର କର୍ମକର୍ତା,ସାମ୍ବାଦିକ ଯୋଗଦେଇଥିଲେ । ଜେମସ ଶବର ମଞ୍ଚ ପରିଚାଳନା କରିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ମଞ୍ଚର ଜିଲ୍ଲା ସଭାପତି ଦିବାକର ଶବର ।

ଓଡ଼ିଶା ଆଦିବାସୀ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଉଦ୍ଧେଶ୍ୟରେ ଗୁଣୁପୁର ଉପ ଜିଲ୍ଲାପାଳ ଅଭିଷେକ ଡୁଢାଲଙ୍କୁ ଆଦିବାସୀଙ୍କ ସୁରକ୍ଷା ତଥା ସାମାଜିକ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ଦାବିରେ ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା

Spread the love