ଗୁଣୁପୁରର ଗୌରବ ଶିବ ପ୍ରତିମ ଇଞ୍ଜିନୀୟରିଂ ଓ ଇଲେକଟ୍ରିକରେ ପାଇଲେ ସ୍ୱର୍ଣ ପଦକ।

ରାୟଗଡା ଜିଲ୍ଲା ଗୁଣୁପୁରର ମେଧାବୀ ଛାତ୍ର ଶିବପ୍ରତିମ ଦାଶ ବୈଷୟିକ ଶିକ୍ଷାରେ ଉନ୍ନତ ପ୍ରଦର୍ଶନ କରି 2ଗୋଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।
ଚଳିତ ବର୍ଷ ଓଡିଶାର ଶ୍ରେଷ୍ଠ ଇଞ୍ଜିନିୟରିଂ ଗ୍ରାଜୁଏଟ ବିବେଚିତ ହୋଇଛନ୍ତି। ବିଜୁପାଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର 12ତମ ସମାବର୍ତନ ଉଚ୍ଛବରେ ଓଡ଼ିଶାର ମହାହାହିମ ରାଜ୍ୟପାଳଙ୍କ ଠାରୁ ସ୍ଵର୍ଣ ପଦକ ଗ୍ରହଣ କରିଛନ୍ତି।ସେହିପରି ପାରଳା ମହାରାଜା ସରକାରୀ ବୈଷୟିକ ମହାବିଦ୍ୟାଳୟର ଇଲେଟ୍ରିକ ବିଭାଗୀୟ ଟପର ହୋଇ ଆଉଏକ ସ୍ଵର୍ଣ ପଦକ ହାସଲ କରିଛନ୍ତି। ବିଶ୍ୱବିଦ୍ୟାଳୟର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିବା ଜଣାପଡିଛି। ଏଭଳି କୃତିତ୍ୱ ହାସଲ କରି ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହା ସହ ଗୁଣପୁରର ଟେକ ରଖିଛନ୍ତି l

ପ୍ରାଥମିକ ଶିକ୍ଷା ଗୁଣପୁର ସରସ୍ବତୀ ଶିଶୁ ମନ୍ଦିରରୁ ଆରମ୍ଭ କରିଥିଲେ। ଦଶମ ବୋର୍ଡ଼ ପରୀକ୍ଷାରେ ଏନ.ଆର.ଟି.ଏସ, ପଠାଣି ସାମନ୍ତ ଛାତ୍ର ବୃତ୍ତି ପାଇଁ ରାୟଗଡା ଜିଲ୍ଲାର ଟପର ହୋଇଥିଲେ। ଯୁକ୍ତ ଦୁଇ ଓ ଡିଗ୍ରୀ ପରୀକ୍ଷା ରେ ଶ୍ରେଷ୍ଠ ତାଲିକାରେ ସ୍ଥାନ ପାଇଥିଲେ l ସେହିପରି ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ଥର ପୁରସ୍କୃତ ହୋଇଛନ୍ତି l ଶିବପ୍ରତିମ ସମ୍ପ୍ରତି ଭାରତ ସରକାରଙ୍କ ଗେଟ ବୃତ୍ତି ପାଇ ଜାତୀୟ ବୈଷୟିକ ପ୍ରତିଷ୍ଠାନ, ରାଉରକେଲାରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି l ଏହିସଫଳତାର ଶ୍ରେୟ ସେ ତାଙ୍କ ଶିକ୍ଷକ ଓ ପିତା ମାତାକୁ ଦେବାସହ ସ୍ଵର୍ଣ ପଦକ ତାଙ୍କ ଦିବଂଗତ ଜେଜେମା କନକ ଦାଶଙ୍କୁ ଉତ୍ସର୍ଗ କରିଛନ୍ତି l ଶିବପ୍ରତିମ ସ୍ଥାନୀୟ ଦlଶସାହିର ଶିକ୍ଷକ ଦମ୍ପତି ସଞ୍ଜୟ ଦାଶ ଓ ତପସ୍ୱିନୀ ପଣ୍ଡାଙ୍କ ଜ୍ୟେଷ୍ଟ ପୁତ୍ର ଅଟନ୍ତି l ଏହି ସଫଳତା ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ତଥା ତାଙ୍କ ପ୍ରଫେସର, ସହପାଠୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଶିଶୁମନ୍ଦିର ଗୁରୁଜୀ ବୃନ୍ଦ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

Spread the love