ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ,ମହତ କର୍ମ ମଣିଷକୁ ଭଗବାନ କରିଦିଏ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ରାୟଗଡ (ପ୍ରତିଫଳନ ମିଡ଼ିଆ )

ରାୟଗଡ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ରାୟଗଡ ସ୍ଥିତ ବିଜୁପଟ୍ଟନାୟକ ଅଡିଟୋରିୟମ ଠାରେ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ବର୍ଷ ର ପୂର୍ତ୍ତୀ ଅବସରରେ “ଜନଜାତୀୟ ଗୌରବ ଦିବସ- ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ଓଡିଆ ଭାଷା ଓ ସଂସ୍କୃତି ବିଭାଗୀୟ ମନ୍ତ୍ରୀ ଶ୍ରୀ ସୂଯ୍ଯବଂଶୀ ସୂରଜ ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ। ତାଙ୍କ ଅଭିଭାଷଣରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନଜାତି ଉନ୍ନୟନ ସମ୍ବନ୍ଧୀୟ କାର୍ଯ୍ୟଧାରା ପ୍ରତିଫଳିତ ହୋଇଥିଲା। ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଓ ରାୟଗଡ ବିଧାୟକ ଶ୍ରୀ ଆପଲାସ୍ବାମୀ କାଡ୍ରାକା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ସ୍ବାଗତ ସମ୍ଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ରାୟଗଡ ଉପଜିଲ୍ଲାପାଳ ଶ୍ରୀ ରମେଶଚନ୍ଦ୍ର ଜେନା, ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ, ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ଅତିଥିମାନେ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ ରାୟଗଡ ଜିଲ୍ଲାର କଳା, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଥିବା ଛଅଜଣ ଯୁବ ପ୍ରତିଭାଙ୍କୁ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା। ରାୟଗଡ ର ବିଭିନ୍ନ ଜନଜାତି ସଂପ୍ରଦାୟର କଳାକାରମାନେ ରଙ୍ଗାରଙ୍ଗ ଲୋକନୃତ୍ୟ ପରିବେଷଣ କରି ଅତିଥି ତଥା ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରିଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମଂଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଶ୍ରୀ ଶ୍ରୀଧର ପଟ୍ଟନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ରାୟଗଡ ଜିଲ୍ଲା ମଙ୍ଗଳ ବିଭାଗୀୟ ଅଧିକାରୀ ମାନଙ୍କ ସମେତ ବିଭାଗୀୟ ଶିକ୍ଷକ ଶିକ୍ଷୟିତ୍ରୀ ଡଃ ଦ୍ବିତୀଚନ୍ଦ୍ର ସାହୁ, ବିମଳ ଚାନ୍ଦ ପଟ୍ଟନାୟକ, ଉମେଶ କୁମାର ଭୋଇ, ମହେଶ ପଣ୍ଡା, ବିରାଟ ହିଆଲ, ଦେବାଶିଷ ସାମଲ, ପରିଣିତା ମିଶ୍ର, ପ୍ରଣିତା ମିଶ୍ର ସମେତ ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ସଂପାଦନରେ ସହଯୋଗ କରିଥିଲେ।

Spread the love