ଗୁଣୁପୁର ପରେ ଗୁଡାରୀ, ବେଆଇନ କ୍ଲିନିକ୍ ଉପରେ ଉପଜିଲ୍ଲାପାଳଙ୍କ ଚଢାଉ, କ୍ଲିନିକ ସିଲ୍ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ

ଗୁଣୁପୁର ( ପ୍ରତିଫଳନ ମିଡ଼ିଆ)
ଗୁଣୁପୁର ପରେ ଗୁଡ଼ାରୀରେ ଚଢ଼ାଉ। ବେଆଇନ କ୍ଲିନିକ ଉପରେ ପ୍ରଶାସନର ଚଢ଼ାଉ। ରାୟଗଡା ଜିଲ୍ଲା ଗୁଡାରୀ ଏନ୍ଏସି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ତୁଳ କ୍ଲିନିକ୍ ଉପରେ ଗୁଣପୁର ଉପଜିଲ୍ଲାପାଳ ଆଇଏଏସ୍ ଦୁଧାଲ ଅଭିଷେକ୍ ଦିଲିପ ଚଢାଉ କରିଛନ୍ତି। ଏହାପରେ ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟବିଭାଗକୁ ନିର୍ଦେଶ ଦେଇଥିଲେ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଡ୍ରଗସ ଇନ୍ସପେକ୍ଟର ଉପସ୍ଥିତିରେ କ୍ଲିନିକ୍ କୁ ସିଲ୍ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗର ଯାଞ୍ଚ ପରେ ଦୃଢ କାର୍ଯ୍ୟାନୁଷ୍ଟାନ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ଗୁଣପୁର ଉପଜିଲ୍ଲାପାଳ। ପୁର୍ବରୁ ଗୁଣପୁର , ରାମନାଗୁଡ଼ା ଅଞ୍ଚଳ ରେ ୬ ଟି ବେଆଇନ କ୍ଲିନିକ୍ ସିଲ୍ କରିଥିଲା ସ୍ବାସ୍ଥ୍ୟବିଭାଗ। ବିଭିନ୍ନ ସ୍ଥାନରେ ବେଆଇନ କ୍ଲିନିକ୍ ଉପରେ ଆଗକୁ ଚଢାଉ ଜାରି ରହିବ। କ୍ଲିନିକାଲ ପଞ୍ଜିକରଣ ପ୍ରମାଣ ନଥାଇ ଦୀର୍ଘ ଦିନ ଧରି ଚାଲିଥିଲା ଏହି ତୁଳ ବେଆଇନ କ୍ଲିନିକ୍। ଉପଜିଲ୍ଲାପାଳଙ୍କ ଏଭଳି ଚଢ଼ାଉ ପରେ ବେଆଇନ କ୍ଲିନିକ, କ୍ଵାକ ମହଲରେ ଛନକା ପଶିଛି।

Spread the love