ଆନନ୍ଦ ମାର୍ଗୀ ୟୁନିଭେର୍ସଲ ରିଲିଫ ଟିମ ପକ୍ଷରୁ ବଣ୍ଡା ଘାଟିରେ ଶୀତ ବସ୍ତ୍ର ବଣ୍ଟନ

ମାଲକାନଗିରି (ପ୍ରତିଫଳନ ମିଡ଼ିଆ )

ଜାଡ଼ରେ ଥରୁଛି ଅବିଭକ୍ତ କୋରାପୁଟ ଭୂଖଣ୍ଡ। ବଣ୍ଡା ଘାଟିରେ ପ୍ରବଳ ଶୀତର ଲହରୀ। ଅସହାୟଙ୍କୁ ସହାୟତା ଦେବା ପାଇଁ ହାତ ବଢ଼େଇଛି ଆନନ୍ଦ ମାର୍ଗୀ ୟୁନିଭେର୍ସଲ ରିଲିଫ ଟିମ। ଟିମ ପକ୍ଷରୁ ବଣ୍ଡା ଘାଟିରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି।

ଆନନ୍ଦ ମାର୍ଗୀ ସଂସ୍ଥା ପକ୍ଷରୁ ମାଳତି ଦିଦି, ମଞ୍ଜୁ ଦିଦି, ଗୌରୀ ଦିଦି, ଗଙ୍ଗା ଦିଦି, କୌଶକ ଦିଦି ସମେତ ଭାରତୀ ଓ ଇତିଶ୍ରୀ ରାଉତ ବଣ୍ଡା ଘାଟିରେ ଘର ଘର ବୁଲି କମ୍ବଳ ପ୍ରଦାନ କରିବା ସହିତ ପ୍ରବଳ ଶୀତରେ ରକ୍ଷା ଲାଗି ଉପାୟ ମାନ ବୁଝାଇଥିଲେ। ଏଥି ସହିତ ବ୍ୟକ୍ତିଗତ ସ୍ୱଚ୍ଛତା, ପରିବେଶ ସଫା ରଖିବା ଓ ସାମାଜିକ ବିକାଶରେ ସହଭାଗିତା ହେବା ନେଇ ବଣ୍ଡା ମହିଳାମାନଙ୍କୁ ଦିଦି ମାନେ ବୁଝାଇଥିଲେ। ସଂସ୍ଥା ପକ୍ଷରୁ ପ୍ରାୟ 500ଟି କମ୍ବଳ ପ୍ରଦାନ କରାଯାଇଥିଲା।

Spread the love