ରାୟଗଡ଼ର ପ୍ରକୃତି ଓ ସଂସ୍କୃତି ଅନନ୍ୟ

ଚଇତି’ ଚତୁର୍ଥ ସଞ୍ଜରେ କ୍ରୀଡ଼ାବିତମାନେ ହେଲେ ସମ୍ମାନିତ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଚଇତି ଚତୁର୍ଥ ସଞ୍ଜ ଥିଲା ଶିଳ୍ପ ଉଦ୍ୟାଗୀଙ୍କ ସମାବେଶ। ଚଇତି ଆୟୋଜନରେ ପ୍ରମୁଖ ଅଂଶୀଦାର ହେଉଛନ୍ତି ରାୟଗଡ଼ ଜିଲ୍ଲାରେ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା। ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଂନ୍ଧ୍ୟା ସମାବେଶ ରେ ଉପସ୍ଥିତ ରହି ରାୟଗଡ଼ା ବନଖଣ୍ଡ ଅଧିକାରୀ ସଚିନ ଆନ୍ନାସାହେବ ଓହୋଲ, କଂସାରିଗୁଡା ଆଦିତ୍ୟ ଆଲୁମିନା ପ୍ରକଳ୍ପ ମୁଖ୍ୟ ଓ ସଭାପତି ମଜହର ବେଗ, ଦୋରାଗୁଡାଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍‌ନାଲ ପ୍ରକଳ୍ପ ମୁଖ୍ୟ ଓ ସଭାପତି ରବି ନାରାୟଣ ମିଶ୍ର, ଥେରୁବାଲି ଇମ୍ଫା ଉପସଭାପତି ଏମ୍. ଶ୍ରୀନିବାସ, ମୈତ୍ରୀ ଇନ୍‌ଫ୍ରା ମୁଖ୍ୟ ଏସ୍. ସତ୍ୟନାରାୟଣ, ପିଏ ଆଇଟିଡିଏ ରାୟଗଡ ଚନ୍ଦ୍ରକାନ୍ତ ମାଝି ଓ ଗୁଣପୁର ଅଜୟ ପ୍ରଧାନ ପ୍ରମୁଖ ରାୟଗଡ଼ର ଅପରୂପ ପ୍ରାକୃତିକ ସମ୍ଭାର, ପୀଠ ପର୍ଯ୍ୟଟନ ତଥା ଅନନ୍ୟ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ।

ଚତୁର୍ଥ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରଜ୍ଞା ସଂଗୀତ ଓ ନୃତ୍ୟ କେନ୍ଦ୍ରର କଳାକାର ଓଡ଼ିଶୀ, ଗୁଡାରୀ ମଙ୍ଗଳା ନୃତ୍ୟ ଜେନ୍ଦ୍ର ସମ୍ବଲପୁରୀ, ଚାନ୍ଦିଲି ଆଦିବାସୀ ସଂଘ ଦେଶିଆ ନୃତ୍ୟ, ଟନିସ୍କା ଆଣ୍ଡ ଗ୍ରୁପ୍ ଭାରତନାଟ୍ୟମ, ମଝିଘରିଆଣୀ ଡ୍ୟାନ୍ସ ଗ୍ରୁପ୍ ସମ୍ବଲପୁରୀ, ବିକେଏସ୍ଏସ୍ ଲୋକନୃତ୍ୟ, ସିସିଆଇ-୧୨ ଶିବ ତାଣ୍ଡବ, ଜେଏଏସ୍ ଗ୍ରୁପ୍, ପଦ୍ମପୁର ତ୍ରିବେଣୀ କଲେଜ, ସିଟି କଲେଜ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କମଲ ବୁରୁଡିଙ୍କ ଗୀତରେ ଦର୍ଶକଙ୍କ ମନରେ ନୂଆ ଉନ୍ମାଦନା ସଂଚରିତ କରିଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ଧନ୍ୟବାଦ ଅର୍ପଣ କରିଥିଲେ। ଗୁଣପୁର ସେବା ସମାଜ ଅନ୍ତେବାସୀ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରିଥିଲେ | ଜିଲ୍ଲାର ବିଭିନ୍ନ କ୍ରୀଡ଼ାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଚଇତି ଅବସରରେ ଆୟୋଜିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Spread the love